ଯାଜପୁର ସଦର,୨୪/୧୧ (ସନ୍ଧାନ ନିୟୁଜ)ଯାଜପୁର ଜିଲ୍ଲାରେ ଅଳ୍ପଦରମାରେ ପାଚିକାମାନେ କାର୍ଯ୍ୟକରୁଥିବା ବେଳେ, ପାଚିକା ସହାୟିକା ସଂଘ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ କିଆନାଳିରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଁଞ୍ôଚଥିଲେ । ସଂଘର ଉପଦେଷ୍ଟା ପ୍ରଭାତି ମଲିକଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା କରାଯାଇଥିଲା । ପାଚିକା ମାନଙ୍କର ବକେୟା ଦରମା ଦେବାକୁ ଥିବା ବେଳେ, ସେମାନଙ୍କୁ ମାସିକ ୨୧ ହଜାର ଟଙ୍କା ଦେବାକୁ ରାଜ୍ୟ ସରକାରଙ୍କ ପାଖରେ ସଂଘ ଦାବି କରିଚି । ୭ ଦଫା ଦାବି ନେଇ ସଂଘ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ସେମାନଙ୍କର ନାର୍ଯ୍ୟଦାବି ସରକାର ମାନିନେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଚି । ଏନେଇ ଶ୍ରମିକ ନେତା ରାଜ କିଶୋର ମଲିକ, ଏଆଇୟୁଟିସିର ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନ, ସୀତାରାଣୀ ରାଉତ, ମିନତୀ ଦାସ, ଆରତୀ ପ୍ରଧାନ ତାଙ୍କର ବକ୍ତବ୍ୟ ଜାରି ରଖିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ବାକି ଥିବା ୨୮ମାସର ଦରମା ଦିଆନଗଲେ ପାଚିକା ମାନେ ରାଜରାସ୍ତାକୁ ଉହ୍ଲାଇବେ ବୋଲି ସରକାରଙ୍କୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଚି ।
ପାଚିକା ସହାୟିକା ସଂଘର ଆନ୍ଦୋଳନ
|
November 24, 2021 |
