ପାଚିକା ଧାରଣା ରେ ଶିକ୍ଷକ ଶିକ୍ଷୟତ୍ରୀ ହଣ୍ଡା ହାଣ୍ଡି ଧରିଲେ , ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରଶିଲେ

Spread the love
ବାଲିଗୁଡ଼ା,୨୭/୯/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ଛକରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛି ପାଚିକା ସଂଘ । ପାଚିକା ସଂଘର ଆନ୍ଦୋଳନ ଯୋଗୁଁ ସ୍କୁଲ ଗୁଡ଼ିକରେ ପ୍ରଭାବିତ ହୋଇଛି ପିଲାଙ୍କ ମଧ୍ୟାହ୍ନ ଭୋଜନ । ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଗଲେ ପିଲା ସ୍କୁଲ ଆସିବେ ନା’ ନାହିଁ ସନ୍ଦେହ । ଏଭଳି ସ୍ଥିତିରେ କୌଣସି ବିକଳ୍ପ ନ ପାଇ, ପାଠ ପଢ଼ାଉଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏବେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଛନ୍ତି । ପାଠପଢ଼ାରୁ ସମୟ ବାହାର କରି କେଉଁ ଶିକ୍ଷକ ପରିବା କାଟିବାରେ ସହାୟତା କରୁଛନ୍ତି, ତ’ ଆଉ କେଉଁ ଶିକ୍ଷକ ଖାଦ୍ୟ ବାଣ୍ଟିବାରେ ସହଯୋଗ କରୁଛନ୍ତି । ପିଲାଙ୍କ ପାଠପଢ଼ା ଯେମିତି ଅଟକି ରହିବ ନାହିଁ ସେଥିପାଇଁ ପିଲାଙ୍କୁ ପାଳି କରି ପାଠ ମଧ୍ୟ ପଢ଼ାଉଛନ୍ତି । ଏଭଳି କିଛି ଖବର ଆସିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ, କ.ନୂଆଗାଁ, କୋଟଗଡ ବ୍ଲକ ରୁ। ବାଲିଗୁଡ଼ା ବ୍ଲକ ର ସରକାରୀ ପ୍ରାଥମିକ ବିଦ୍ୟାଳୟ, କର୍ଣ୍ଣାଟପୁର ଓ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମଣ୍ଡଳ ପଦର ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ରୋଷେଇ କରୁଥିବାର ଫୋଟ ଏବେ  ଭାଏରାଲ ହେବାରେ ଲାଗିଛି । କେବଳ ଏହି ଗୋଟିଏ ସ୍କୁଲ ନୁହଁ ଅନେକ ସ୍କୁଲ ରେ ଏ ଭଳି ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ କରିଥିବା ଜଣାପଡିଛି। ପାଚିକା ସଂଘର ଆନ୍ଦୋଳନ ହଟିବା ପରେ ହିଁ ସମସ୍ୟାର ସମାଧାନ ହେବ ବୋଲି ଶିକ୍ଷକ-ଶିକ୍ଷୟିତ୍ରୀ ମାନେ କହିଛନ୍ତି । ପାଚିକା ସହାୟିକା ମାନଙ୍କୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନ୍ୟତା, ମାସିକ ୨୬ ହଜାର ଟଙ୍କା ଦରମା, ବେଆଇନ ଛଟେଇ ବନ୍ଦ, ଛଟେଇ କର୍ମଚାରୀଙ୍କୁ ଥଇଥାନ, ଅବସର କାଳୀନ ବୟସ ସୀମାକୁ ୬୫ବର୍ଷ ବୃଦ୍ଧି, ୧୦ ମାସ ବଦଳରେ ୧୨ ମାସ ଦରମା, ଅବସର ପରେ ୧୦ ହଜାର ଟଙ୍କା ପେନସନ୍ ଆଦି ଦାବି ନେଇ ଆନ୍ଦୋଳନ କରୁଛନ୍ତି ପାଚିକା ସଂଘ ।

Related Posts

About The Author

Add Comment