ସାନଖେମୁଣ୍ଡ, 25.01.2021 (ସନ୍ଧାନ ନିଉଜ୍):– ପାଗଳ ମାଙ୍କଡ ଆତଙ୍କ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ନୂଆଁ ପେଣ୍ଠ ଗାଁରେ ପାଗଳ ମାଙ୍କଡ ଆତଙ୍କରେ ୨ଜଣ ବାଳକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଗତକିଛି ଦିନ ହେଲା ନୂଆ ପେଣ୍ଠ ଗାଁରେ ପାଗଳ ମାଙ୍କଡ଼ଙ୍କ ଆତଙ୍କ ଜାରି ରହିଛି । ଏପରିକି ମଣିଷଙ୍କୁ ଗୋଡେଇ ଗୋଡେଇ କାମୁଡିଥିବା ବେଳେ ଏହା ଶିକାର ହୋଇଛନ୍ତି ୫ ବର୍ଷର ଡି. କୌଶିକ ଏବଂ ୧୬ ବର୍ଷର ଶିବ ସାହୁ ନାବାଳକ । ଆଣ୍ଠୁକୁ କାମୁଡି ରକ୍ତାକ୍ତ କରିବା ସହ ମାଂସ ଖଣ୍ଡ ବାହାର କରିଦେଇଛି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।
ପାଗଳ ମାଙ୍କଡ଼ ଆତଙ୍କ
|
January 25, 2021 |
