ପାକିସ୍ତାନର ଏକ ବଡ଼ ଅଞ୍ଚଳ ଏବେ ଅନ୍ଧାରରେ

Spread the love

ଶ୍ରୀନଗର, ୩/୮ (ସନ୍ଧାନ ନିଉଜ) : କାଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନ ଉଦ୍ୟମ ଧରାପଡିବା ପରେ ରକ୍ତମୁଖା ହୋଇପଡିଛି ଭାରତୀୟ ସେନା । ଗତ କାଲି ଭାରତୀୟ ସେନା ନିୟନ୍ତ୍ରଣ ରେଖାଠାରୁ ପ୍ରାୟ ୩୦ କିଲୋମିଟର ପାକଅଧିକୃତ କାଶ୍ମୀରରେ ଆକ୍ରମଣ କରି ସେଠାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ମିଳିଥିବା ସୂଚନା ଅନୁସାରେ ଏହି ଆକ୍ରମଣ ଫଳରେ ସେଠାରେ ଥିବା ନୀଲମ-ଝେଲମ ହାଇଡ୍ରୋପାଓ୍ଵାର ପ୍ରକଳ୍ପର ବ୍ୟାପକ କ୍ଷତି ହୋଇଛି । ଏହା ସହିତ ଏ ଅଞ୍ଚଳରେ ଥିବା ଏକ ଆତଙ୍କବାଦୀ କ୍ୟାମ୍ପ ମଧ୍ୟ ନଷ୍ଟ ହୋଇଯାଇଥିବା ଜଣାପଡିଛି । ଏହି ପ୍ରକଳ୍ପର ଉତ୍ପାଦନ କ୍ଷମତା ପ୍ରାୟ ୫୦୦ ମେଗାଓ୍ଵାଟ ଓ ଏହା ପାକିସ୍ତାନର ପଞ୍ଜାବ, ମୁଜାଫରାବାଦ ଆଦି ସ୍ଥାନକୁ ବିଜୁଳି ଯୋଗାଇଥାଏ । ଏହି ପ୍ରକଳ୍ପ ପ୍ରଭାବିତ ହୋଇଥିବା ଯୋଗୁଁ ପାକିସ୍ତାନର ଏକ ବଡ଼ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି । ଫଳରେ ଏସବୁ ଅଂଚଳ ଏବେ ଅନ୍ଧାରରେ ରହିଛି ବୋଲି ଜଣାପଡିଛି ।

Related Posts

About The Author

Add Comment