ଧଳା ପାଉଡରର ଅଦୃଶ୍ୟ ଧୁଆଁ ଏବେ ପୂରା ଉପକୂଳ ଓଡିଶାରେ ଉଡି ବୁଲୁଛି । ଯୁବଗୋଷ୍ଠୀକୁ ନିଜର କରାୟତ କରି ସାରା ସମାଜରେ ବେଶ ନିଜର ପାତିଆର ଜାହରି କରିଛି । ହଁ ଆମେ କହୁଛୁ ଧଳା ପାଉଡର ବା ବ୍ରାଉନ ସୁଗାର କଥା । ଗତ କିଛି ଦିନ ତଳେ କେନ୍ଦ୍ରପଡାର ଜୌନିକ ଯୁବକ ପାଉ ପାଇଁ କିଭଳି ନିଜର ଶରୀର କାଟିବା ସହିତ ଏହା ନମିଳିଲେ ହତ୍ୟା କରିବା କଥା କହୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏଥିରେ କିଭଳି ସେହି ଗ୍ରାମରେ ଏହି ପାଉ ବା ବ୍ରାଉନ ସୁଗାର ବିକ୍ରି ହେଉଛି ତାହା ସେ ପ୍ରକାଶ କରିଥିଲା । ଏଥରୁ ସ୍ପଷ୍ଟ ପ୍ରମାଣ ମିଳିଛୁ ଯେ ଏବେ ଗାଁ ଗାଁରେ ପାଉ ବେଶ ଆରମରେ ମିଳିଯାଉଛି । ଆଉ ପୁରା ଉପକୂଳ ଓଡିଶାର ଏହି ଏହାକୁ ପଠାଇ ମାଫିଆ ମାନେ ଯୁବଗୋଷ୍ଠୀକୁ ନିଜର ବଶରେ ରଖି ସାରିଛନ୍ତି । କେନ୍ଦ୍ରପଡା ପରେ ଏବେ ଚଣ୍ଡିଖୋଲ ଗାନ୍ଧିଛକରୁ ଏକ ବ୍ରାଉନ ସୁଗାର ବିକ୍ରି କରୁଥିବା ଯୁବକ ଧରାପଡିଛନ୍ତି । ଏହା ପରେ ଉପକୂଳ ଓଡିଶାରେ ଏହି ଧଳା ଜହରରେ ପୁରା କାୟା ବିସ୍ତାର କରିସାରିଛି ତାହା ସନ୍ଦେହ ନାହିଁ । ଉପକୂଳ ଓଡିଶାର କେନ୍ଦ୍ରପଡା, ଜଗତସିଂହପୁର, ଯାଜପୁର, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ , ପୁରୀ କଟକ, ଖୋର୍ଦ୍ଧା ଆଦି ଜିଲ୍ଲା ଗୁଡିକରେ ଏସବୁ ବେପାର ବେଶ ଆରମାରେ ଆଉ ଖୁଲମଖୁଲାରେ ଚାଲିଛି । ପୋଲିସର ଢ଼ିଲାପଣିଆକୁ ନିଜର ଅସ୍ତ୍ର କରି ଏସବୁ ବେପାର କରିପାରୁଥିବା ବୁଦ୍ଧିଜୀବି ମାନେ ଚର୍ଚ୍ଚା କରୁଛନ୍ତି । ପୋଲିସ ନିଜର କର୍ତ୍ତବ୍ୟ ଭୁଲି ଯାଇଥିବା ବେଳେ ଅବକାରୀ ବିଭାର କର୍ମଚାରୀ ମାନଙ୍କୁ ଯେମିତି ଯମ ନେଇଯାଇଛି । ଏସବୁ ଫଳରେ ମାଫିଆ ମାନେ ଆରମରେ ଗାଁ ଗଣ୍ଡାରେ ରହୁଥିବା ସେମାନଙ୍କ ଦୋକନୀଙ୍କ ପାଖରେ ଏହାକୁ ପଂହଚାଇ ଦେଉଛନ୍ତି । ଆଉ ସେମାନଙ୍କ ଠାରୁ ଯୁବଗୋଷ୍ଠୀ ବେଶ ଆରମରେ ପାଇ ଏହାକୁ ସେବନ କରି ସମାଜରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ନିଜକୁ ଲିପ୍ତ ରଖୁଛନ୍ତି । ରୋଜଗାର ନଥିବାରୁ ବହୁ ଭଲ ଭଲ ସଂଭ୍ରାନ୍ତ ଘରର ପିଲାମାନେ ମଧ୍ୟ ଅଧିକ ଟଙ୍କା ଲୋଭରେ ଏଥିରେ ସମିଲ ହେଉଛନ୍ତି । ଏସବୁ ଚୋରାରେ ଜଳପଥରେ ବାଲଂଦେଶରୁ ସମୁଦ୍ରପଥରେ ବେଶ ଆରମରେ ପଂହଚି ଯାଉଥିବା ବେଳେ ଅନ୍ୟ ରାଜ୍ୟମାନଙ୍କରୁ ଟ୍ରେନ୍ ଯୋଗେ ଏହି ବେପାର ସୁରୁଖୁରୁରେ ଆସି ପଂହଚି ପାରୁଛି । ଟ୍ରେନ୍ ଏବଂ ସବୁଦ୍ରପଥରେ ପୋଲିସ ପ୍ରହରା ଦେଉନଥିବାରୁ ଏଗୁଡିକ ଆସିପାରୁଛି । ଟ୍ରେନ୍ରେ ଛୋଟ ଛୋଟ ଛୁଆ ମାନଙ୍କୁ ମାଫିଆ ମାନେ କବଳିତ କରି ସେମାନଙ୍କ ସାହାର୍ଯ୍ୟରେ ଚାଲାଣ କରୁଥିବା ବେଳେ ସମୁଦ୍ରପଥରେ ମାଛଧରାଳୀ, ଏବଂ ଅନ୍ୟ ଯୁବକ ମାନଙ୍କ ଦ୍ୱାରା ଏହା ଚାଲାଣ ହୋଇ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ ପଂହଚି ଯାଉଛି । ସେମାନଙ୍କ ଠିକଣା ଯାଗାରେ ପଂହଚିବା ପରେ ବିଭିନ୍ନ ଗ୍ରାମକୁ ସେଠାରୁ ବଂଟା ଯାଇ ଯାହାର ଯେତିକି ଡିମାଣ୍ଡ ସେହି ହିସାବରେ ସେମାନଙ୍କ ନିକଟରେ ବିଭିନ୍ନ ବାଟରେ ପଂହଚାଯାଉଛି । ଏହା ପରେ ଏହାକୁ ନେଉଥିବା ଯୁବଗୋଷ୍ଠୀ ସେହି ନିଦ୍ଧିଷ୍ଠ ଦୋକାନରୁ ଏଗୁଡିକ ପାଇ ଏହି ନିଶାର କବଳରେ ସହଯରେ ଶିକାର ହୋଇଯାଉଛନ୍ତି । ଏପରକିି ପାନଦୋକାନ, ପରିବା ଦୋକାନ ଏବଂ ବିଭିନ୍ନ ବଡବଡ ହୋଟେଲ ଏବଂ ଦୋକାନ ଗୁଡିକରେ ଏଗୁଡିକ ଉପଲବ୍ଧ ହେଉଛି । ଏମାନଙ୍କ କାର୍ଯ୍ୟକଳାପକୁ କିଛି ମାତ୍ରାରେ ପୋଲିସ ଜାଣିଥିଲେ ସୁଧା ଏମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ପାଇ ଏମାନଙ୍କ ସହିତ ଗୁଆ ଦିଆ ବନ୍ଧୁ ବାନ୍ଧି ଦେଇଥିବାରୁ ଏମାନଙ୍କୁ ଧରିବାକୁ ସେମାନଙ୍କ ଜୁ ଯାଉନାହିଁ । ଏପରିକି କିଛି ଟକ୍ର ମାଲିକ ମାନେ ଏସବୁ କାରବାରରେ ମଧ୍ୟ ଲିପ୍ତଥିବା ବିଶେଷ ସୁତ୍ରରୁ ଖବର ମିଳିଛି । ଆଉ ସେମାନଙ୍କ ଟକ୍ର ସାହାର୍ଯ୍ୟରେ ମଧ୍ୟ ଏହାକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବା ଆଣିବାରେ ସହାୟକ ହେଉଛନ୍ତି । ଏହାକୁ ସେବନ କରି ରାତିରେ ଯୁବଗୋଷ୍ଠୀ ମାନେ ହତ୍ୟ, ଲୁଟ, ଦୁସ୍କର୍ମ ଭଳି ବଭିନ୍ନ ଅପରାଧରେ ନିଜର ସାମିଲ କରୁଛନ୍ତି । ଦେଓଦାର ଏକ ବନ୍ଧ ଉପରେ , ମାଝିପାଟଣାର ବନ୍ଦ ଉପରେ ଦିନ ଦିପ୍ରହରରେ ଏହି ଚୋରା ଜିନିଷ ଆରମରେ ମିଳିଛୁ । ଏପରକି ଏହା ସହିତ ଗଂଜେଇ ପୁଡିଆ ଏବଂ ମଦ ମଧ୍ୟ ଅବାଧରେ ବିକ୍ରି ହେଉଛି । ଏମାନଙ୍କ କାର୍ଯ୍ୟକୁ ପୋଲିସ ବିଭାଗ ଭଲରେ ଜାଣିଥିଲେ ସୁଧା କାର୍ଯ୍ୟନୁଷ୍ଠାନ ନେଉନଥିବାରୁ ସେମାନଙ୍କ ସାହାସ ବଢ଼ିବା ସହିତ ଅବାଧରେ ଖୋଲାମେଲରେ ଏହାକୁ ବିକ୍ରି କରୁଛନ୍ତି । ତୁରନ୍ତ ରାଜ୍ୟ ପୋଲିସ ଏବଂ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ମାନେ ଏହା ଉପରେ ଦୃଷ୍ଟି ଦେଇ ଏହାକୁ ରୋକିବା ଦିଗରେ ସହାୟକ ହେବାର ଆବଶ୍ୟକତା ରହିଛି । ନହେଲେ ଏହି ଜହର ୍େକତେବେଳେ ନିଜର ଘରେ ବି ପଂହଚି ଯାଇଥିବା ଆଉ ସାରା ସମାଜକୁ ଗ୍ରାସ କରି ନଷ୍ଟଭ୍ରଷ୍ଟ କରିଦେବା ତହା କହିବା ମୁସ୍କିଲ ହୋଇଯିବ । ଏହା ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବି ମାନେ ଦୃଢ଼ ଦାବି କରିଛନ୍ତି । Special Report by Sandhan News
ପାଉ କବଳରେ ଉପକୂଳ ଓଡିଶା ମାଫିଆ ଏବଂ ନିଶା କବଳରୁ ରକ୍ଷା ପାଇପାରୁନାହାନ୍ତି ଯୁବଗୋଷ୍ଠୀ
|
April 18, 2021 |