“ପାଇକ ବିଦ୍ରୋହର ୨୦୦ ବର୍ଷ ପରର ସମୀକ୍ଷା”

Spread the love

ଭୁବନେଶ୍ୱର,୧୪/୧୨/୨୦୨୦ (ସନ୍ଧାନ ନିଉଜ) “ବିବେକାନନ୍ଦ ଯୁବ ସଂସଦ” ତରଫରୁ  ୨୬ ତମ ଇ-ପାଠ୍ୟଚକ୍ର,  ୧୩.୧୨.୨୦୨୦  ଅପରାହ୍ନ ୩.୦୦-୪.୩୦ “ପାଇକ ବିଦ୍ରୋହର ୨୦୦ ବର୍ଷ ପରର ସମୀକ୍ଷା”  ଶୀର୍ଷକ, ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଅନୁଷ୍ଠିତ ହେଇଜାଇଛି ।ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ ବିଶିଷ୍ଟ ଲେଖିକା ତଥା ଐତିହାସ୍ୟିକା ଡ. ସୋମାରାଣୀ ଚାନ୍ଦ । ସେ ନିଜ ଅଭିଭାଷଣରେ ପାଇକ ବିଦ୍ରୋହର  ବିଭିନ୍ନ ବିଭବ, ସାହିତ୍ୟିକ ଦୃଷ୍ଟି, ବିଭିନ୍ନ ଦିଗ ଏବଂ ଅନ୍ତର୍ନିହିତ ସନ୍ଦେଶ ଉପରେ ନିଜର ଅଭିଭାଷଣ ଦ୍ୱାରା ଉପସ୍ଥିତ ଯୁବ ପିଢି ବିଶେଷ କରି ଇତିହାସ ର ଛାତ୍ରଛାତ୍ରୀ ତଥା ଗବେଷକ ଓ ଅଧ୍ୟାପକ- ଅଧ୍ୟାପିକା ମାନଙ୍କୁ ଉଦ୍ ବୁଦ୍ଧ କରିଥିଲେ I ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ସହ ସମ୍ପାଦକ,ପ୍ରଫେସର ଡ. ପ୍ରିୟଦର୍ଶୀ କର ,ଏଥିରେ ପୌରୋହିତ୍ୟ କରିଥିବା ସ୍ଥଳେ ସଂଯୋଜନା କରିଥିଲେ ବିବେକାନନ୍ଦ ଯୁବସଂସଦର ସଦସ୍ୟ ତଥା ଶିକ୍ଷାବିତ୍ ଶ୍ରୀ ଅଜିତ କୁମାର ନାଟିଆ ।ପ୍ରାରମ୍ଭରେ ସୁଶ୍ରୀ ଅହଲ୍ୟା ଗୋଚ୍ଛାୟତ  ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ପରିବେଷଣ କରିଥିବା ସ୍ଥଳେ ବିବେକାନନ୍ଦ ଯୁବ ସଂସଦର ସହ-ଆବାହକ ଶ୍ରୀଯୁକ୍ତ ବିଶ୍ୱେଶ୍ୱର ମହାପାତ୍ର, ବିବେକବାଣୀ ପରିବେଷଣ କରିଥିଲେ । ଯୁବସଂସଦ ପରିଚାଳନା ସମିତିର ବୈତରଣୀ ଦଳର ଅହଲ୍ୟା,ବିଭୁତି ସାହୁ ଏବଂ ଦିଲିପ ବାରିକ ସଭା ପରିଚାଳନା କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ   ବିବେକାନନ୍ଦ ଯୁବ ସଂସଦର ଉତ୍ତର ସମ୍ଭାଗର ସଂଯୋଜିକା ଅଧ୍ୟାପିକା ସୁଶ୍ରୀ ମନିଷା ମହାରଣା । ଶେଷରେ ସମବେତ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନା କରାଯାଇଥିଲା । ଓଡ଼ିଶାର କୋଣ ଅନୁକୋଣରୁ ଶତାଧିକ ଅଧ୍ୟାପକ, ଗବେଷକ, ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ।୧୪/୧୨/୨୦୨୦ (ସନ୍ଧାନ ନିଉଜ)

Related Posts

About The Author

Add Comment