ପଶ୍ଚିମ ଓଡ଼ିଶାରେ ବ୍ୟାପକ ବେଆଇନ କଫସିରପ ରେକେଟ ସକ୍ରିୟ!

Spread the love
ସମ୍ବଲପୁର, ୨୪/୦୭/୨୦ (ସନ୍ଧାନ ନିଉଜ) : ପଶ୍ଚିମ ଓଡ଼ିଶାରେ ବ୍ୟାପକ ବେଆଇନ କଫସିରପ କାରବାର ଚାଲିଥିବା ବେଳେ ପ୍ରଶାସନ ଏହି କାରବାର ସମ୍ପୁର୍ଣ୍ଣ ବନ୍ଦ କରିବା ଉଦ୍ୟମ ଜାରି ରଖିଥିବା କୁହାଯାଉଛି। ଏହି କାରବାର କୁ ବନ୍ଦ କରିବା ପାଇଁ ସୋନପୁର, ବୌଦ୍ଧ,ବରଗଡ଼, ବଲାଙ୍ଗୀର, ସମ୍ବଲପୁର ଆଦି ଜିଲ୍ଲା ଗୁଡିକରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରି ବ୍ୟାପକ ଚଢ଼ାଉ କରି ବିପୁଳ କଫସିରପ ମାନ ଜବତ ସହ ଏହି କାରବାର ଚଳାଉଥିବା ଅନେକ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ହେଲେ ଗତ ପ୍ରାୟ ତିନି ମାସ ହେବ ଏହି କଫସିରପ କାରବାର ପୁର୍ବ ଭଳି ଚାଲିବା ଆରମ୍ଭ ହୋଇଥିବା ଅଭିଯୋଗ ହେଉଛି। ତେବେ ଚଢା ଦର ରେ ବଜାରରେ ପୂର୍ବ ପରି ଅନେକ ଅସାଧୁ ବ୍ୟବସାୟୀ ବିକ୍ରି କରି ମାଲାମାଲ ହୋଇଚାଲିଛନ୍ତି। ବିଗତ ଦିନରେ ପ୍ରଶାସନ ର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏ କାରବାର ଉପରେ ନିୟନ୍ତ୍ରଣ କରାଯାଇ ପାରିଥିଲା। ହେଲେ ପୂର୍ବପରି ଭୁବନେଶ୍ୱର ଓ କଟକ ପଟୁ ନିୟମିତ ଏହି ବେଆଇନ କଫସିରପ ଚାଲାଣ ହୋଇ ଆସୁଛି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ରୁ ବଲାଙ୍ଗୀର ଅଭିମୁଖେ ଆସୁଥିବା ଏକ ଯାତ୍ରୀ ବାହି ସତପଥୀ ନାମ୍ନୀ ଘରୋଇ ବସ ଓ,ଡି-୦୩ବି,୬୬୩୩ ରୁ ସୋନପୁର ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିପୁଳ ପରିମାଣର ଏସକଫ କଫସିରପ ଜବତ କରିଛି। ପ୍ରାୟ,୨୦ ହଜାର ଟଙ୍କା ମୁଲ୍ୟ ର ୬୪୦ ବୋତଲ ବେଆଇନ କଫସିରପ ଜବତ କରାଯାଇଛି। ବସ ର ଡ୍ରାଇଭର କୁଳମଣି ସାହୁ, କଣ୍ଡକ୍ଟର ସର୍ବେଶ୍ୱର ପ୍ରଧାନ, ଓ କ୍ଲିନର ଲକ୍ଷ୍ମଣ ବଗର୍ତ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ଏହି ଘଟଣା ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ୟବସାୟୀ ମାନେ କିଏ ସେ ନେଇ ସାଧାରଣ ରେ ଆଲୋଚନା ହେଉଛି। ସେହିପରି ବରଗଡ଼ ର ଏକ ଘରୁ ଗତ ବୁଧବାର ଦିନ ପୋଲିସ ଚଢ଼ାଉ କରି ପ୍ରାୟ ୫୦୦ ବୋଟଲ ଏହି ବେଆଇନ କଫସିରପ ଜବତ କରି ରାଜୀବ ବାଗ ନାମକ ଜଣେ ଯୁବକ କୁ ବରଗଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏ ଦିଗରେ ସମ୍ବଲପୁର ଡି, ଆଇ, ଜି ପୂର୍ବେ ଗଠନ କରାଯାଇଥିବା ସ୍ୱତନ୍ତ୍ର ଟିମ ପରି ବର୍ତ୍ତମାନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜନସେବା ସଙ୍ଘ ଲିଖିତ ଆବେଦନ ପତ୍ର ପ୍ରେରଣ କରି କାର୍ଯ୍ୟାନୁଷ୍ଠାନ କରିବା କୁ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ପଶ୍ଚିମ ଓଡିଶାର ଯୁବପିଢ଼ି ପଥଭ୍ରଷ୍ଟ ହୋଇଯିବେ ବୋଲି ଜନସେବା ସଙ୍ଘ ଦାବି କରିଛି।

Related Posts

About The Author

Add Comment