ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏବଂ ଓଡିଶାରେ ନବୀନ ପଟ୍ଟନାୟକ ଚିଟଫଣ୍ଡ ଦୁର୍ନୀତିର ଲାଭାର୍ଥୀ-ଧର୍ମେନ୍ଦ୍ର ପ୍ରଧାନ

Spread the love

ସିବିଆଇର ଚିଟଫଣ୍ଡ ତଦନ୍ତ ମାମଲାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ରଖିଲେ କେନ୍ଦ୍ରମନ୍ତ୍ରୀ
– ଯେଉଁମାନେ ସମଦଶା ଭୋଗନ୍ତି ସେମାନେ ଏକାଠି ଲଢନ୍ତି
– ବିଜେଡି ଓ ଟିଏମସି ଉଭୟ ପୂର୍ବ ଭାରତରେ ସାରଦା, ସିସୋର, ଅର୍ଥତତ୍ୱ ଭଳି ଟିଟଫଣ୍ଡ କମ୍ପାନୀ ମାନଙ୍କର ମୁଖ୍ୟ ପୃଷ୍ଠୋପୋଷକ ଥିଲେ
– ଟିଏମ୍ସି, ବିଜେଡି, କଂଗ୍ରେସ, ସମାଜବାଦି ପାର୍ଟି, ଟିଡିପି ଯେଉଁମାନେ ଦୁର୍ନୀତିରେ ଛନ୍ଦି ହୋଇଛନ୍ତି, ଗରିବ ଲୋକଙ୍କ ହଜାର ହଜାର କୋଟି ଟଙ୍କା ଲୁଟ କରିଛନ୍ତି, ଏମାନେ ଏକାଠି ହୋଇଛନ୍ତି
– ନବୀନ ବାବୁ ଏପର୍ଯ୍ୟନ୍ତ ଉତର ଦେଲେ ନାହିଁ ସରୋଜ ସାହୁଙ୍କ ସହିତ ତାଙ୍କର ସଂପର୍କ କଣ ? ତା ମାନେ ସରୋଜ ସାହୁ କଣ ଚୋରୀରେ ସଂଶ୍ଲିଷ୍ଟ ନାହିଁ ?
– ବିଜେଡି କଂଗ୍ରେସ ଉଭୟ ଉଭୟଙ୍କର ଏ ଟିମ୍, ବି ଟିମ୍ ତେଣୁ ଚିଟଫଣ୍ଡ ମାମଲାରେ ଏକାଠି
– ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଚିଟଫଣ୍ଡ ମାମଲାର ତଦନ୍ତ କରୁଛି

ନୂଆଦିଲ୍ଲୀ/ଭୁବନେଶ୍ୱର, ୪/୨(ସନ୍ଧାନ ନିୟୁଜ) ଯେଉଁମାନେ ସମଦଶା ଭୋଗନ୍ତି ସେମାନେ ଏକାଠି ଲଢନ୍ତି। ମମତା ବାନାର୍ଜୀଙ୍କ ଟିଏମସି କିମ୍ବା ନବୀନ ବାବୁଙ୍କ ବିଜୁ ଜନତା ଦଳ ହେଉ, ଉଭୟ ପୂର୍ବ ଭାରତରେ ସାରଦା, ସିସୋର, ଅର୍ଥତତ୍ୱ ଭଳି ଟିଟଫଣ୍ଡ କମ୍ପାନୀ ମାନଙ୍କର ମୁଖ୍ୟ ପୃଷ୍ଠୋପୋଷକ ଥିଲେ। ପଶ୍ଚିମବଙ୍ଗରେ ସ୍ୱୟଂ ମମତା ବାନାର୍ଜୀ ଏବଂ ଓଡିଶାରେ ନବୀନ ପଟ୍ଟନାୟକ ଚିଟଫଣ୍ଡ ଦୁର୍ନୀତିର ସବୁଠୁ ବଡ ଲାଭାର୍ଥୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Related Posts

About The Author

Add Comment