ସୁନ୍ଦରଗଡ଼ ତା: ୧୦/୧୨/୨୦୨୩ ( ସନ୍ଧାନ ନିଉଜ / ରାଜୁ ପଟେଲ )ଓଡିଶାସରକାର ବନ ବିଭାଗ ତରଫରୁ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ବନଖଣ୍ଡ ସରଫଗଡ଼ ଡ୍ୟାମ ଠାରେ ଏକ ପଲିଥିନ ମୁକ୍ତ ବଣଭୋଜି ସଚେତନତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ସୁନ୍ଦରଗଡ଼ DFO ଶ୍ରୀ ପ୍ରଦୀପ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଉତ୍ସବ ଶୁଭାରମ୍ଭ କରିଥିବା ବେଳେ ସୁନ୍ଦରଗଡ଼ ACF ଅରୁଣ ବେହେରା, ମାନସ ମୁର୍ମୁ ସମ୍ମାନୀୟ ଅତିଥିରୁପେ ଯୋଗଦେଇଥିଲେ ।ଏହି ଉତ୍ସବରେ ଜିଲ୍ଲା ସରକାରୀ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ନାଟକ ମାଧ୍ୟମରେ ସଚେତନ କରିଥିବା ବେଳେ ରତନ ପୁର ପଂଚାୟତ ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ ରାଲି ମାଧ୍ୟମରେ ଅଞ୍ଚଳବାସୀଙ୍କୁ ସଚେତନ କରାଇ ଥିଲେ । ଏହି କାର୍ଯ୍ୟକ୍ରମକୁ ଅଞ୍ଚଳର ରେଞ୍ଜର ଶ୍ରୀଯୁକ୍ତ ଅଶ୍ୱିନୀ ପଟେଲ ପରିଚାଳନା କରିଥିବା ବେଳେ ହରିହର ପାତ୍ର,ବିଜୟ ସାହୁ,ପ୍ରଦୀପ ଭୁତିଆ, ଡି.ନନ୍ଦ ସହଯୋଗ କରିଥିଲେ । ଏହି ଉତ୍ସବରେ ଅଞ୍ଚଳର ଆବାଳବୃଦ୍ଧବନିତା ଯୋଗଦେଇଥିବାର ଦେଖିବାକୁ ମିଳିଥିଲା।
ପଲିଥିନ ମୁକ୍ତ ବଣଭୋଜି ସଚେତନତା ଉତ୍ସବ
|
December 11, 2023 |


