ପର୍ଯ୍ୟଟନ ବିଭାଗ ଓଡ଼ିଶା ସରକାରଙ୍କ ଅବହେଳା ରେ ଗତ ପାଞ୍ଚ ବର୍ଷ ରେ ଗଲା ଆଠ ଜଣ ନିରିହଙ୍କ ଜୀବନ

Spread the love

ସୁନ୍ଦରଗଡ ତା :୭/୮/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଶଙ୍କରା ବ୍ଲକର ଘୋଘର୍ ଗ୍ରାମରେ ରହିଛି ପର୍ଯ୍ୟଟନ ସ୍ଥଳ ପଥର ସଜ୍ଜାରେ ପରିପୂର୍ଣ କାନାକୁଣ୍ଡ ।ପ୍ରାକୃତିକ ସୋନ୍ଦର୍ଯ୍ୟ ରେ ପରିପୂର୍ଣ ରହିବା ସହିତ ପର୍ଯ୍ୟଟକଙ୍କୁ ଅନେକ ଆକର୍ଷଣ କରିଛି ଏହି ସ୍ଥାନ ।ମାତ୍ର ରାଜୁ ସରକାରଙ୍କ ନଜର ପଡିଛି ସତ ,ବିକାଶ ପାଇଁ ଅନୁଦାନ ରାଶି ମଧ୍ୟ ଅନୁମୋଦନ ହୋଇ ସାରିଛି ।ହେଲେ ତାହା କେବଳ କାଗଜପତ୍ରରେ । ଏଥିପାଇଁ ବିଗତ ପାଞ୍ଚ ବର୍ଷରେ ଆଠ ପର୍ଯ୍ୟଟକଙ୍କ ଚାଲିଗଲାଣି ଜୀବନ । ବର୍ଷ ବର୍ଷ ଧରି ଅନୁଦାନ କାର୍ଯ୍ୟକାରୀ ହେଇପାରୁ ନ ଥିବା ବେଳେ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଅବହେଳା ଯୋଗୁଁ ଜୀବନ ଯାଉଥିବା ଅଞ୍ଚଳବାସୀ ପ୍ରକାଶ କରିଥିବା ଜଣାପଡିଛି ।ସୂଚନା ଅନୁସାରେ ୨୦୨୧ ମସିହା ଜାନୁଆରି ତିନି ତାରିଖରେ ରାଜଗାଙ୍ଗପୁର ଜଣେ ଯୁବତୀ ଅନୁପମା ପ୍ରଜାପତିଙ୍କ ସେଲ୍ଫି ନେଉଥିବା ବେଳେ ନଦୀ ସ୍ରୋତରେ ଭାସି ମୃତ୍ୟୁ ହୋଇଥିଲା,ତା ପରେ ୨୦୨୧ ମାର୍ଚ୍ଚ ସାତ ତାରିଖରେ ଝାରସୁଗୁଡ଼ା ଷ୍ଟିଲ ପ୍ଲାଣ୍ଟ ରେ କାମ କରୁଥିବା ବିହାର ରାଜ୍ୟର ଇଞ୍ଜିନିୟର ରୁପେଶ କୁମାର ନାମକ ବ୍ୟକ୍ତିଙ୍କ ନଦୀ ଖର ସ୍ରୋତରେ ଭାସି ମୃତ୍ୟୁ ହୋଇଥିଲା । ତା ସହିତ ୨୦୨୨ ଡିସେମ୍ବର ୧୮ତାରିଖରେ ରାଉରକେଲା ସ୍ଥିତ ସେକଟର ୧୫ ର ସୋମେଶ ମଲିକ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ତା ପରେ ୨୦୨୩ ଜାନୁଆରୀ ୪ ତାରିଖରେ ଝାରସୁଗୁଡ଼ାର ବାରୋ ମାଲ ଗ୍ରାମରୁ ୨୫ ଜଣ କାନାକୁଣ୍ଡ୍ କୁ ଆସିଥିବା ବେଳେ ସେଥିରୁ ଚୁଡାମଣି ମେହେର ଓ ମୁକେଶ ମେହେର ନଦୀ ସ୍ରୋତରେ ଭାସିଯାଇ ମୃତ୍ୟୁ ହୋଇଥିଲା । ପରେ ପରେ ୨୦୨୪ ଅକ୍ଟୋବର ମାସ ୧୩ ତାରିଖରେ ସତ୍ୱିକ ପଞ୍ଚପତି ନାମକ ବ୍ୟକ୍ତିର ମୃତ୍ୟୁ ହୋଇଥିଲା,ତା ସହିତ ଜୁଲାଇ ମାସରେ ଗୋବିନ୍ଦ ପୂର୍ ଗ୍ରାମର ଜୟ ନାରାୟଣ ପାତ୍ର ଓ ରୋସନ୍ ପାଶୱାନ ର ମୃତ୍ୟୁ ଘଟିଥିଲା । ଅନବରତ ମୃତ୍ୟୁ ଲାଗିରହିଥିବା କାରଣରୁ ଅଞ୍ଚଳବାଶି ଉଦ୍ବେଗ ପ୍ରକାଶ କରିବା ସହ ପର୍ଯ୍ୟଟନ ବିଭାଗ ଓଡ଼ିଶା ସରକାରଙ୍କୁ ଦାୟୀ କରୁଥିବା ସୂଚନା ରହିଛି । ପର୍ଯ୍ୟଟନ ବିଭାଗର ଅବହେଳା ଓ ସ୍ଥାନୀୟ ପ୍ରଶାସନର ଉଦାସୀନ ମନୋଭାବ ପାଇଁ ନିରୀହ ଲୋକଙ୍କ ଜୀବନ ଯାଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟର କୋଣ ଅନୁକୋଣରେ ପର୍ଯ୍ୟଟନ ସ୍ଥାନର ବିକାଶ ହେଉଥିବା ବେଳେ ଜନାକୁଣ୍ଡ ର ବିକାଶ ପାଇଁ କେବେ ସରକାର ନିଘୋଡ଼ ନିଦ୍ରାରେ ଉଠିବ ତାହା ଦେଖିବାକୁ ବାକି ରହିଛି ।

Related Posts

About The Author

Add Comment