‘ପରୀ’ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବ: ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର

Spread the love

ଘଟଣା ଜାଣି ଅରୁଣ ସାହୁ ଆସାମୀ ମାନଙ୍କୁ ସୁରକ୍ଷ୍ୟା ଦେଇଛି

ଭୁବନେଶ୍ୱର,୨୫/୧୧/୨୦୨୦ (ସନ୍ଧାନ ନିଉଜ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବ ବୋଲି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଘୋଷଣା କରିଛନ୍ତି। ଗତକାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏଇ ଘଟଣାରେ ମନ୍ତ୍ରୀ ବିବୃତି ଦେବେ ବୋଲି କହିଥିଲେ। ଆଜି ବିବୃତି ରଖି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ପରୀ ମୃତ୍ୟୁ ମାମଲାରେ ସମୁଦାୟ ୩୪ ଜଣଙ୍କୁ ପଚରାଉଚରା କରାଯାଇଛି। ସମସ୍ତ ସଂଦିଗ୍ଧ ମାନଙ୍କର କଲ୍ ରେକର୍ଡ ଯାଞ୍ଚ କରାଯାଇଛି। ସମସ୍ତଙ୍କର ବ୍ୟାଙ୍କ୍ କାରବାରକୁ ମଧ୍ୟ ଯାଞ୍ଚ କରାଯାଇଛି। ୪ ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଛି। ନୟାଗଡ଼ ଏସଡିପିଓ ଏହି ମାମଲାର ତଦାରଖ କରୁଛନ୍ତି।ନୟାଗଡ଼ ଜିଲ୍ଲା ପରୀ ମୃତ୍ୟୁ ଘଟଣାରେ ପୁଲିସର ନିଷ୍କ୍ରିୟତା, ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ବାବୁଲି ନାୟକକୁ ସୁରକ୍ଷା ଦେବା ଅଭିଯୋଗରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ନାମ ଚର୍ଚ୍ଚାକୁ ଆସିବା ଘଟଣା ଏବଂ ଗତକାଲି ତ‌ାଙ୍କ ବାପା, ମା’ଙ୍କ ଆତ୍ମାହୁତି ଉଦ୍ୟମ ଏଣେ ସରକାରଙ୍କ ଅଡ଼ୁଆ ବଢ଼ାଇ ଦେଇଛି। ବିଧାନସଭାରେ ଏହାକୁ ନେଇ ବିରୋଧୀ ବିଜେପି ଏବଂ କଂଗ୍ରେସ ବିଧାୟକ ପ୍ରବଳ ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କର ବିବୃତି ଦାବି କରିଥିଲେ। ସେହିପରି କେଉଁ ପରିସ୍ଥିତିରେ ଦମ୍ପତି ସୁରକ୍ଷା ବଳୟକୁ ଏଡ଼ାଇ ବିଧାନସଭା ସମ୍ମୁଖରେ ପହଞ୍ଚିଲେ, ତାହାକୁ ନେଇ ବିଧାୟକମାନେ ପ୍ରଶ୍ନ ଉଠାଇଥିଲେ। ପରିସ୍ଥିତିର ଗମ୍ଭୀରତା ଅନୁଭବ କରି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଘଟଣା ଉପରେ କେଉଁ ପରିସ୍ଥିତିରେ ପରୀର ବାପା, ମା’ ସୁରକ୍ଷା ବଳୟ ଭେଦ କରି ବିଧାନସଭା ସମ୍ମୁଖକୁ ଆସିଲେ ଓ ଡିଜେଲ ଧରି ସେମାନେ ଆତ୍ମହତ୍ୟା ଉଦ୍ୟମ କଲେ, ନୟାଗଡରେ ୩ ମାସ ହେଲା ମାମଲା ହୋଇଛି, କାହିଁକି ନୟାଗଡ ପୁଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲାନି, ଦମ୍ପତି ରାଜ୍ୟର ଜଣେ ମନ୍ତ୍ରୀଙ୍କ ବିରୋଧରେ ଆଣିଥିବା ଅଭିଯୋଗ ଆଦି ଉପରେ ବିବୃତି ରଖିବାକୁ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Related Posts

About The Author

Add Comment