ପରୀ ପାଇଁ ପଦଯାତ୍ରା

Spread the love

ବାରିପଦା, ୨୩/୧୨/୨୦୨୦ (ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା)- ବିଜେପି ପକ୍ଷରୁ ଆଜି ଏଠାରେ ପରୀ ପାଇଁ ନ୍ୟାୟ ପଦଯାତ୍ରା ନେଇ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ନେତୃତ୍ବରେ ଶହ ଶହ କର୍ମୀଙ୍କୁ ନେଇ ସ୍ଥାନୀୟ ମଧୁବନ ପଡିଆଠାରୁ । ଏକ ଦୀର୍ଘ ଶୋଭାଯାତ୍ରା ବାହାରି ବାରିପଦା ସହର ପରିକ୍ରମା କରି ଭଞ୍ଜପୁର ଜଗଦ୍ଧାତ୍ରୀ ମେଳା ପଡିଆଠାରେ ପହଞ୍ଚିଥିଲା । ସେଠାରେ ବିଜେଡି ରାଜ୍ୟ ସରକାରଙ୍କୁ ବିଜେପି ନେତାମାନଙ୍କ ଦ୍ବାରା ତୀବ୍ର ସମାଲୋଚନା କରାଯାଇ ନୟାଗଡ ଜିଲା ଯଦୁପୁର ଗ୍ରାମର କୁନି ଝିଅ ପରୀକୁ ଯେଉଁଭଳିଭାବେ ଅଙ୍ଗ ତସ୍କରିଆମାନଙ୍କ ଦ୍ବାରା  ମୃତ୍ୟୁ ମୁଖକୁ ଠେଲି ଦିଆଗଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଶାସକ ଦଳର ଚାପରେ ପୁଲିସ ପ୍ରଶାସନ ଆଜି ପର୍ଯ୍ୟନ୍ତ ଦୋଷୀଙ୍କୁ ଠାବ କରିବାର ସଂପୂର୍ଣ୍ଣ ବିଫଳ ହୋଇଥିବା ଦର୍ଶାଯାଇଥିଲା । ଏପରିକି ଏସଆଇଟି ଗଠନ କରି ଏପର୍ଯ୍ୟନ୍ତ ପରୀର ପରିବାରଙ୍କୁ ନ୍ୟାୟ ମିଳି ପାରିଲା ନାହିଁ । ଏଣୁ ପରୀଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ କରାଯିବାକୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲା ସାଧାରଣ ସଂପାଦକ ଲକ୍ଷ୍ମୀଧର ହାବୋଡା, ଛୋଟେଲାଲ ମହାନ୍ତ, ଶୋଭାବତୀ‌ ଓତା, ସୁମନ ସିଂ, ପାୟଲ ରାଏ, ସାଗରିକା ଦାସ,‌ମାନସୀ ତ୍ରିପାଠୀ, ରସିକାନନ୍ଦ ମିଶ୍ର, ମନୋଜ ମହାନ୍ତି, ଗୋପାଲ ସାହୁ, ଇନ୍ଦୁଭୂଷଣ ଜେନା, ଜଗଦୀଶ ପାଣି, ସୋମନାଥ ମାଝି, ଲମଧର ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment