ପରିବେଶ ସୁରକ୍ଷା ଅଭିଯାନ ପକ୍ଷରୁ ବୃକ୍ଷରୋପଣ

Spread the love

ବଡ଼ଚଣା ୧୩/୭(ସନ୍ଧାନ ନିୟୁଜ/ମାନସ ରାଉତ)- ୭୦ତମ ବନମହୋତ୍ସବ ଅବସରରେ ପରିବେଶ ସୁରକ୍ଷା ଅଭିଯାନ ଯାଜପୁର ଆନୁକୁଲ୍ୟରେ ଚଣ୍ଡିଖୋଲ ସନ୍ନିକଟ ହଟାତ ମାର୍କେଟ ଠାରୁ ଧାନମଣ୍ଡଳ ବଜାର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ବୃକ୍ଷରୋପଣ କରାଯାଇଥିଲା । ପରିବେଶ ଅନୁକୁଳ ଆମ୍ବ, ତେନ୍ତୁଳି, ଜାମୁ,ପଣସ, ପେସ୍ତା, ଅଶୋକା, ଅର୍ଜୁନ,କୃଷ୍ଣଚୂଡ଼ା ଆଦି ଗଛ ରୋପଣ କରାଯାଇଥିଲା । ପରିବେଶ ବିତ କ୍ଷୀରୋଦ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ପରିବେଶବିତ ମହେଶ୍ୱର ବଳ, ପୂର୍ବତନ ସାଂସଦ ମୋହନ ଜେନା, ହୋଲିଜେସସ ପବ୍ଲିକ ସ୍କୁଲ ଅଧକ୍ଷା କାମିନୀ ନାୟକ, ପୁର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ମହାନ୍ତି, ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତ, ସାମାଜିକ କର୍ମୀ ସତ୍ୟାନନ୍ଦ ନାୟକ, ଧାନମଣ୍ଡଳ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ରଶ୍ମୀରଞ୍ଜନ ସେଠୀ, ସମିତି ସଭ୍ୟା ପ୍ରତିନିଧି ଆନନ୍ଦ ମଲିକ, ପରିବେଶବିତ ସୌମ୍ୟପ୍ରକାଶ ଦାସ, ପ୍ରିୟରଞ୍ଜନ ଦେବତା, ଦେବାଶିଷ ନାୟକ, ବିଜୟାନନ୍ଦ ଦାସ, ପ୍ରମୁଖ ବୃକ୍ଷରୋପଣରେ ସହଯୋଗ କରିଥିଲେ । ଏଥିରେ ୩ ଶହରୁ ଉଦ୍ଧ୍ୱର୍ ଚାରା ରୋପଣ କରାଯାଇଥିଲା ।

Related Posts

About The Author

Add Comment