ସୁନ୍ଦରଗଡ଼ ତା୧୩-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ )ବିଦ୍ୟାନ ମାନେ କୁହନ୍ତି “ଅଭାବେ ସ୍ଵଭାଵ ନଷ୍ଟ “l ପରିବାର ର ଅଭାବକୁ ଦୁର କରିବା ପାଇଁ ଯୁବକ ଜଣକ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ବେଳେ ଅଧା ରାସ୍ତା ରେ ରେଳ ରୁ ଓଲ୍ହାଇ ନିଖୋଜ ଥିବା ସୂଚନା ମିଳିଛି l ସୂଚନା ଅନୁସାରେ ସବଡେଗା ବ୍ଲକ ଯମୁନା ଗ୍ରାମ ପଞ୍ଚାୟତ ମାୟାବାହାଲ ଗ୍ରାମ ର ପିଣ୍ଟୁ ରାଉତ (୩୯)ପରିବାର ର ଅଭାବ କୁ ଦୁର କରିବା ପାଇଁ ବାହାର ରାଜ୍ୟ କୁ କାମ କରିବାକୁ ଯାଉଥିଲେ l ରାସ୍ତା ରେ ରେଳରୁ ଓଲ୍ହାଇ ପୁନର୍ବାର ରେଳରେ ଚଢି ନ ପାରି ନିଖୋଜ ଥିବା ସୂଚନା ମିଳିଛି l ତାଙ୍କ ସାଙ୍ଗରେ ଯାଉଥିବା ପିଲା ମାନେ ତାଙ୍କ ଘରକୁ ଫୋନ ଯୋଗାଯୋଗ ରେ ବିଜୟବାଡା ଅଞ୍ଚଳ ଭିତରେ ପିଣ୍ଟୁ ରାଉତ ରେଳରୁ ଓଲ୍ହାଇ ଥିବା ଅନୁମାନ କରି ଜଣାଇ ଥିବା ସୂଚନା ମିଳିଛି l ତାଙ୍କର ପରିବାର ପିଣ୍ଟୁ ରାଉତ ନିଖୋଜ ଥିବାକୁ ନେଇ ହତାଶ ହୋଇ ପଡିଛନ୍ତି l କଣ କରିବେ, କେଉଁଠି ଖୋଜିବେ ଚିନ୍ତା ରେ ପଡିଛନ୍ତି ପରିବାର l ନିଜ ପଞ୍ଚାୟତ ତଥା ଗ୍ରାମର ରାଜ୍ୟ ସ୍ତରର ପ୍ରତିନିଧି ଲୋକେ ଯଦି ପର ରାଜ୍ୟକୁ କାର୍ଯ୍ୟ ପାଇଁ ଗୋଡ ଆଗକୁ ବଢାଉଛନ୍ତି ତା ହେଲେ ବିକାଶ ର ପଥ କେତେ ଦୁରରେ ଥିବାବେଳେ ଲୋକେ କେତେ ସ୍ୱାବଲମ୍ବୀ ତାହା ପ୍ରଶ୍ନ ଘେରରେ ?
ପରିବାର ର ଅଭାବ କୁ ଦୁର କରିବା ପାଇଁ ଯୁବକ ବାହାର ରାଜ୍ୟ କୁ ଯାଇ ନିଖୋଜ
|
August 13, 2026 |



