ଚଣ୍ଡିଖୋଲ, ୨୬/୦୫/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡଚଣା ବ୍ଳକ ଅନ୍ତର୍ଗତ କରୋନା ମହାମାରୀ ସୋଲର ପଂଚାୟତର ସରପଂଚ ନୀଳମଣି ରାଉତଙ୍କ ସେବା ଅନ୍ୟ ମାନଙ୍କ ଠାରୁ ଅନ୍ୟନା । ଲକଡାଉନ ଅବଧି ପରେ କାମ ଧନ୍ଦା ପାଉ ନଥିବା ପଂଚାୟତର ଗରିବ ଶ୍ରେଣୀର ଲୋକମାନଙ୍କୁ ମନରେଗା ଜରିଆାରେ ଦୁଇ ମାସ ହେବ କାମ ଯୋଗାଇବ ।ସହ ସେମାନଙ୍କ ଆର୍ଥୀକ ଅବସ୍ଥା ସ୍ୱଛଳ କରିବାରେ ସଫଳ ହୋଇଛନ୍ତି । ଏହା ବ୍ୟତିତ ବାହରା ରାଜ୍ୟରୁ ଆସୁଥବା ପ୍ରବାସୀ ଓ ପଂଚାୟତର ଗରିବ ଶ୍ରେଣୀର ଲୋକଙ୍କୁ ଖଅଦ୍ୟ ଯୋଗାଇବା ଓ ସେମାନଙ୍କ ସୁଖ ଦୁଃଖରେ ସାମିଲ ହୋଇ ଦୀର୍ଘ ଦୁଇ ମାସ ହେବ ନିଜ ଘର ସଂସାରକୁ ଭୁଲି ଯାଇଛନ୍ତି । ତାଙ୍କର ଏବଳି ମହନୟୀୟା ଖାଦ୍ୟ ପାଇଁ ସ୍ଥାନୀ୍ୟ ଅଂଚଳର ଅଧିବାସୀ ଓ ଅନେକ ସେନା ସଂସ୍ଥା ପକ୍ଷରୁ ପ୍ରଶଂସାର ବାର୍ତା ପହଂଚିବା ସହ କେତେକ ସଂସ୍ଥା ଏହି ଅବସରରେ ତାଙ୍କୁ ସମ୍ମାନିତ ମଧ୍ୟ କରିଛନ୍ତି ।
ପରିବାରକୁ ପଛ କରି ଗରିବ ଓ ପ୍ରବାସିକଙ୍କ ସେବାରେ ସରପଂଚ : ନୀଳମଣି
|
May 26, 2020 |



