ପରପାରିରେ ସୁନାମଧନ୍ୟ ଅଭିନେତା ପିଣ୍ଟୁନନ୍ଦ

Spread the love

ଯାଜପୁର ସଦର, ୦୩ା୦୩: ଫିଲ୍ମ ଜଗତର ଖଳନାୟକ ଠାରୁ ଆରମ୍ଭ କରି ହିରୋ ପର୍ଯ୍ୟନ୍ତ ଅଭିନୟ କରୁଥିବା ପିଣ୍ଟୁନନ୍ଦଙ୍କ ମୃତ୍ୟୁ ଘଟଣା ଯାଜପୁର ଜିଲ୍ଲାରେ କାହିଁକି ସାରା ଓଡ଼ିଶାରେ ସ୍ତବ୍ଧ କରିଦେଇଚି । ଶ୍ରୀ ନନ୍ଦ ବିଭିନ୍ନ ଚଳଚିତ୍ରରେ ଅଭିନୟ କରି ସୁନାମ ଆଣିଥିବା ବେଳେ, ଶ୍ରୀ ନନ୍ଦଙ୍କ ପରଲୋକ ଘଟଣା ବିଶ୍ୱାସ ହେଉନଥିବା ଜଣାଯାଇଚି । ଶ୍ରୀ ନନ୍ଦଙ୍କ ପରଲୋକ ଘଟଣା ଜଣାପଡ଼ିବା ପରେ ରାଜନୈତିକ ନେତାଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ନେତା ମାନେ ଦୁଃଖ ପ୍ରକାଶ କରିବା ସହିତ ଜଣେ ସୁନାମଧନ୍ୟ ଅଭିନେତାଙ୍କୁ ହରାଇଲା ବୋଲି ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି । ଓଡ଼ିଆ ଜଗରର ଇତିହାସ କହିଲେ ପିଣ୍ଟୁନନ୍ଦଙ୍କୁ ବୁଝାଏ ଯାହାକି ୪୬ ବର୍ଷ ବୟଷରେ ଓଡ଼ିଶାରେ ଚିକିତ୍ସା ହେବାପରେ ଶ୍ରୀ ନନ୍ଦ ଲିଭର ସିରୋସିନ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦର ଜଶୋଦା ହସ୍ପିଟାଲରେ ଶ୍ରୀ ନନ୍ଦ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ହେଉଥିବା ବେଳେ ରାତି ୧୧.୨୫ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ଯେ, ଲିଭର ଜକୃତ ପ୍ରତିରୋପଣ ପାଇଁ ଦିଲ୍ଲୀର ଆଇଏଲବିଏସ ହସ୍ପିଟାଲରୁ ପିଣ୍ଟୁଙ୍କୁ ହାଇଦ୍ରାବଦ ଜଶୋଦା ହସ୍ପିଟାଲକୁ ଚିକିତ୍ସାପାଇଁ ନିଆଯାଇଥିଲା । ପିଣ୍ଟୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜକୃତ ଦାତା ଅର୍ଥ କ୍ଷେତ୍ରରେ ବାଧକ ସାଜିଥିଲା । ପିଣ୍ଟୁ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ବେଳେ, ଗତ ୭ ତାରିଖରେ ତାଙ୍କୁ ଦିଲ୍ଲୀ ନିଆଯାଇ ଆଇଏଲଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରିବାର ଲୋକଙ୍କ ଜକୃତ ପିଣ୍ଟୁଙ୍କ ଠାରେ ରୋପଣ ପାଇଁ ମେଳ ନହେବାରୁ ଏହାର ୪ ଦିନ ତଳେ ହାଇଦ୍ରାବାଦର ଜଶୋଦା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପିଣ୍ଟୁଙ୍କର ସୁପରହିଟ ଗୀତ ହେ ଗୌରା କଣ ଖାଉଚୁ, ଲୋକ ପ୍ରିୟତା ଅର୍ଜନ କରିଥିବା ବେଳେ, ପିଣ୍ଟୁନନ୍ଦ ଜଣେ ଓଡ଼ିଶାର ସୁପଷ୍ଟାର ଭାବେ ବେଶ ପରିଚିତ ଥିଲେ । ଖଳନାୟକ ଠାରୁ ଆରମ୍ଭ କରି ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକ ମାନଙ୍କୁ ଶ୍ରୀ ନନ୍ଦ ସହାଉଥିବା ବେଳେ, ଯାହାକି ଆଜି ଚଳଚିତ୍ର ଜଗତ ଆଜି ଜଣେ ସୁନାମଧନ୍ୟ ଅଭିନେତାଙ୍କୁ ହରାଇଥିବା ବେଳେ, ଯାଜପୁର ଜିଲ୍ଲାର ଓଡ଼ିଶା ସାମ୍ବାଦିକ ୟୁନିୟନର ଆଦିତ୍ୟ ମେକାବ, ସାଧାରଣ ସମ୍ପାଦକ ଶ୍ରୀ ମିଶ୍ର, ଜେୟୁଜେର ସମସ୍ତ ସଭ୍ୟ ଏବ ରସୁଲପୁର ପ୍ରେସ ଫୋରମର ସଭାପତି ବିଶ୍ୱଜିତ ପତି, ସାଧାରଣ ସମ୍ପାଦକ ଜଗମୋହନ ରାଉତ, ସମସ୍ତ ସଭ୍ୟ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦଗତି ହେଉବୋଲି ପ୍ରାର୍ଥନା କରିଥିଲେ । ଶ୍ରୀ ନନ୍ଦଙ୍କ ମୃତ୍ୟୁରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବଡ଼ଚଣା ବିଧାୟକ ଅମର ପ୍ରଶାଦ ଶତପଥି, କୋରେଇ ବିଧାୟକ ଅଶୋକ କୁମାର ବଳ, ବରୀ ବିଧାୟୀକା ସୁନନ୍ଦା ଦାସ, ବରୀ ବିଜେଡିର ଯୁବ ସଂଗଠକ ଦେବେନ୍ଦ୍ର ଦାସ, ବିଞ୍ଝାରପୁର ବିଧାୟୀକା ରାଜସ୍ୱମନ୍ତ୍ରୀ ପ୍ରମିଳା ମଲିକ, ଯାଜପୁର ଜିଲ୍ଲା ପରିଷଦ ସଭାପତି ନଳିନୀପ୍ରଭା ଜେନା, ଯାଜପୁର ସାଂସଦ ଶ୍ରମିଷ୍ଟ୍ରା ସେଠୀ, ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଡ଼ାଇ, ଯାଜପୁର ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ର, ବିଜୁ ଜନତା ଦଳର ପଂଚାୟତ କର୍ମୀମାନେ ଶ୍ରୀ ନନ୍ଦଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ଭଗବାନ ସହାୟ ହୁଅନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Related Posts

About The Author

Add Comment