ବାଲିଗୁଡା,୨୪/୧୨/୨୧(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ରାତି ପାହିଲେ ବଡଦିନ । କନ୍ଧମାଳ ଜିଲ୍ଲାରେ ବସବାସ କରୁଥିବା ପ୍ରାୟ ଦେଢ ଲକ୍ଷ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପ୍ରମୁଖ ପର୍ବ । ଏହି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ଏ ନେଇ ଜି. ଉଦୟଗିରି ସହରରେ ପୁଲିସର ଫ୍ଲାଗ ମାର୍ଚ୍ଚ ଆୟୋଜିତ ହୋଇଛି । ବି.ଡି.ଓ ଆଶିଷ ତ୍ରିପାଠୀ, ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ଏଵଂ ଆଇ.ଆଇ.ସି. ରେବତୀ ଶବରଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ଫ୍ଲାଗ ମାର୍ଚ୍ଚ କରିଛନ୍ତି । ଡିସେମ୍ବର ୨୫ ପବିତ୍ର ବଡ଼ ଦିନକୁ ଦୃଷ୍ଟିରେ ରଖି କିଭଳି ଶାନ୍ତି ଶୃଙ୍ଖଳାରେ ଏହି ଖ୍ରୀଷ୍ଟ ପର୍ବ ପାଳନ କରିବା ପାଇଁ ଲୋକଙ୍କୁ ଆହ୍ବାନ ଦିଆଯାଇଛି । ଜି. ଉଦୟଗିରି ବ୍ଲକ ଅଧୀନରେ ଥିବା ବିଭିନ୍ନ ଚର୍ଚ୍ଚ ରେ ସୁରକ୍ଷା ବଳୟକୁ କଡ଼ାକଡି କରିବା ନିମନ୍ତେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସରକାରଙ୍କ ନିର୍ଦେଶ କ୍ରମେ କୋଭିଡ ନିୟମ ପ୍ରକାରେ ମାସ୍କ ପିନ୍ଧି ସମ ଦୂରତ୍ୱ ବଜାୟ ରଖି ସମସ୍ତ କାର୍ଯ୍ୟକ୍ରମ କରାଯିବ ବୋଲି ବିଭିନ୍ନ ଚର୍ଚ୍ଚର ପାଳକ କହିଛନ୍ତି । ତୃତୀୟ ଲହରୀ ଓମାଇକ୍ରନକୁ ଦୃଷ୍ଟିରେ ରଖି କିଭଳି ଏହି ବଡ଼ ଦିନ ଖ୍ରୀଷ୍ଟ ପର୍ବ ସୁରୁଖୁରୁରେ ପାଳନ ହେବ ସେ ନେଇ ସ୍ଥାନୀୟ ପ୍ରଶାସନ ସଜାଗ ଥିବା ଜଣାପଡିଛି ।
ପବିତ୍ର ବଡ଼ ଦିନ ନିମନ୍ତେ ଜି.ଉଦୟଗିରି ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ
|
December 24, 2021 |
![](https://sandhannews.com/wp-content/uploads/2021/12/b3466618-206b-4151-b7cb-38ee8f7574f5-1024x768-1.jpg)