ସୁନ୍ଦରଗଡ଼ ତା: ୪/୩/୨୦୨୬( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ ) ପବନସୁତ ହନୁମାନ ପୂଜା କମିଟି ପକ୍ଷରୁ କୃଷ୍ଣପକ୍ଷ ପ୍ରତିପଦା ରେ ଦୋଳ ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପେଖିରେ କମିଟି ସଭାପତି ବିଶ୍ବଜିତ ପଟେଲଙ୍କ ତୱାବଧାନରେ ହୋଇଥିଲା । ଏହି ମହୋତ୍ସବରେ ବଜରଙ୍ଗବଳୀ ଙ୍କୁ ଅଭିର ଲେପନ କରିବା ସହିତ ପ୍ରଭୁନାମ ରେ ଭକ୍ତ ବିଭୋର ହୋଇଯାଇଥିଲେ । ଦୋଳ ପୂର୍ଣ୍ଣିମା ଅବସରରେ ସବଡେଗା ଅଞ୍ଚଳ ରାଧାକୃଷ୍ଣ ମୟ ହୋଇଥିବା ଦେଖିବାକୁ ମିଳିଥିଲା । କମିଟି ପକ୍ଷରୁ ପ୍ରତ୍ୟେକ ପଥିକକୁ ଅଭିର ଲେପନ କରିବା ଦେଖିବାକୁ ମିଳିଥିଲା । କମିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ଏହି ମନ୍ଦିରରେ ରାମନବମୀ ସହିତ ହନୁମାନ ଜୟନ୍ତୀ ଉତ୍ସାହ ସହିତ ପାଳନ କରାଯାଏ ବୋଲି ସଭାପତି ନିଜ ବକ୍ତବ୍ୟରେ ରଖିଥିଲେ ।
ପବନସୁତ ହନୁମାନ ପୂଜା କମିଟି ପକ୍ଷରୁ ହୋଲି ମହୋତ୍ସବ ପାଳିତ
|
March 4, 2026 |



