ପଦ୍ମଶ୍ରୀ ଉପାଧି ପାଇଥିବା ନନ୍ଦ ସାରଙ୍କ ପରଲୋକ

Spread the love

ଯାଜପୁର, ୦୭/୧୨/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ଯାଜପୁର ଜିଲ୍ଲାର ଗର୍ବ ଓ ଗୌରବ ଆଣିଦେଇଥିବା ଚାଟଶାଳୀରୁ ରାଜଭବନ ଯାଇଥିବା ନନ୍ଦ କିଶୋର ପୃଷ୍ଟି କରୋନାରେ ଆକ୍ରାନ୍ତ ହୋଇ ଯାଜପୁର ଜିଲ୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ, ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଟାଟା କୋଭିଡ଼ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ଗତ ଶନିବାର ଦିନ ତାଙ୍କୁ ଯାଜପୁର ଉପଜିଲ୍ଲାପାଳ ଏବଂ ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ଆମ୍ବୁଲାନ୍ସ ଯୋଗେ ଶ୍ରୀ ପୃଷ୍ଟିଙ୍କୁ ଭୂବନେଶ୍ୱର ସ୍ଥିତ ସମହସ୍ପିଟାଲକୁ ିଚିକିତ୍ସା ପାଇଁ ନିଆଯାଇଥିବା ବେଲେ, ସମହସ୍ପିଟାଲରେ ଆଜ ଦିନ ୧ଘଟିକା ୩୦ମିନିଟ ସମୟରେ ଚିକିତ୍ସିତ ଅବସ୍ଥାରେ ଶ୍ରୀ ପୃଷ୍ଟିଙ୍କର ପରଲୋକ ହେବାରୁ ତାଙ୍କ ମୃତୁ୍ୟ ଖବର ଶୁଣି ଯାଜପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଦିର୍ଘ ୩୦ବର୍ଷ ଧରି ଛୋଟ ଛୋଟ ପିଲାମାନଙ୍କୁ ଚାଟଶାଳୀରେ ଅ, ଆ ପଢ଼ାଇବା କେତେ କଷ୍ଟକର ବିନା ପାରିଶ୍ରମିକରେ ସୁକିନ୍ଦା ବ୍ଲକ୍ ନିଜ ଗ୍ରାମରେ ଏକ ଚାଟଶାଳୀ କରି ଶ୍ରୀ ପୃଷ୍ଟି ପାଠ ପଢ଼ାଉଥିଲେ । ଶ୍ରୀ ପୃଷ୍ଟିଙ୍କର ଅତୁଳନୀୟ ଅବଦାନ ପାଇଁ ସ୍ୱର୍ଣ୍ଣ ଅକ୍ଷରରେ ଲିପିବନ୍ଧ ହୋଇ ରହିବା ସହିତ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଶ୍ରୀ ପୃଷ୍ଟିଙ୍କୁ ଡକରା ଆସିଥିଲା । ଯାହାକି ଶ୍ରୀ ପୃଷ୍ଟିଙ୍କୁ ନିଭୟ ସ୍ୱର୍ଣ୍ଣକ୍ଷେତ୍ର ଅବସରରେ ସମ୍ବର୍ଦ୍ଧିତ କରାଯିବା ସହିତ ତାଙ୍କର ଦିର୍ଘ ଜୀବନ କାମନା କରିଥିଲେ । ସମ୍ହସ୍ପିଟାଲରେ ପରଲୋକ ହେବାରୁ ଶୋକାକୁଳ ପରିବେଶରେ ଶ୍ରୀ ପୃଷ୍ଟିଙ୍କୁ ଗାର୍ଡଅଫ ଅନର ଦିଆଯାଇ ତାଙ୍କ ସୁକିନ୍ଦା ବ୍ଲକ ଅନ୍ତର୍ଗତ ବେତେଣ୍ଡା ଗ୍ରାମରେ ଶବ ପହଁଞ୍ଚôବା ପରେ ଯାଜପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିଲା । ଶ୍ରୀ ପୃଷ୍ଟିଙ୍କ ପରଲୋକରେ ରାଜନୈତିକ ନେତାମାନେ ଦୁଃଖ ପ୍ରକାଶ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ । ମନ୍ତ୍ରୀ ମଣ୍ଡଳର ବରିଷ୍ଟ ସଦସ୍ୟମାନେ କଂଗ୍ରେସ ଠାରୁ ଆରମ୍ଭ କରି ବିଜେପିର ରାଜ୍ୟ ସଭାପତି ସମିର ମହାନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଞ୍ଝାରପୁର ବିଧାୟୀକା ପ୍ରମିଳା ମଲିକ, ବରୀ ବିଧାୟୀକା ସୁନନ୍ଦା ଦାସ, ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଡ଼େଇ, କୋରେଇ ବିଧାୟକ ଅଶୋକ କୁମାର ବଳ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବଡ଼ଚଣା ବିଧାୟକ ଅମରପ୍ରଶାଦ ଶତପଥି ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ । ସେହିପରି ଯାଜପୁର ଜିଲ୍ଲା ଗଣମାଧ୍ୟମ ପ୍ରତିନିଧିମାନେ ଶ୍ରୀ ପୃଷ୍ଟିଙ୍କର ମୃତୁ୍ୟ ଖବର ଶୁଣି ପିତାମହ ଭିଷ୍ମଙ୍କର ଭାବରେ ବେଶ ପରିଚିତ ଥିଲେ । ଚାଟଶାଳୀ ରାଜଭବନ ଶେଷଯାତ୍ରା ଥିଲା । ଶ୍ରୀ ପୃଷ୍ଟିଙ୍କର ଅନ୍ତିମ ଯାତ୍ରା ତାଙ୍କ ପରିବାରକୁ ଭଗବାନ ସହାୟ ହୁଅନ୍ତୁ ବୋଲି ବହୁ ବରିଷ୍ଟ ନାଗରିକ ଗଣମାଧ୍ୟମ ପ୍ରତିନିଧି, ସାହିତିକ, ଶିକ୍ଷାବିତ ମାନେ ତାଙ୍କ ଆତ୍ମାର ସଦ୍ଗତି ହେଉବୋଲି ଭଗବାନଙ୍କ ନିଟରେ କାମନା କରିଛନ୍ତି ।

Related Posts

About The Author

Add Comment