ପଦାରେ ପଡ଼ିଛି ମଦ ଦୋକାନୀ ଙ୍କ ଭିତର କଥା… ମଦ ଦୋକାନ ବନ୍ଦ ଯୋଗୁଁ ସରକାର ହରାଉଛନ୍ତି ରାଜସ୍ଵ

Spread the love
ଚାନ୍ଦବାଲି, ୨୪/୦୭/୨୦ (ସନ୍ଧାନ ନିଉଜ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ  ମତୋ ମଉସୁଦା ରାସ୍ତା କଡ଼ରେ ଏକ ସରକାରୀ ମଦ ଦୋକାନ ଗତ ଏକ ସପ୍ତାହ ରୁ ଅଧିକ ବନ୍ଧ ରହୁଥିବା ପ୍ରତ୍ୟେକ୍ଷଦର୍ଶି ମାନେ ମତ ଦିଅନ୍ତି। ଯଦ୍ଵାରା ମଦ ବିକ୍ରି ହୋଇଥିଲେ ଯେଉଁ ପରିମାଣ ର ରାଜସ୍ବ  ସରକାରୀ ତହବିଲ କୁ ଯିବା କଥା ତାହା ଅସମ୍ଭବ ହୋଇ ପଡିଥାନ୍ତା । ଅର୍ଥାତ ସରକାରୀ ରାଜସ୍ବ ହରାଇବା ନିଶ୍ଚିତ ହୋଇ ପଡିଥାନ୍ତା। ବନ୍ଦ୍ ରହିବାର ପ୍ରକୃତ କାରଣ ଜଣା ପଡୁ ନଥିଲା ବେଳେ ଅନ୍ତେବାସୀ ଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା ଚାଲିଛି। ଏହି ବ୍ଲକ ରେ ଥିବା ଅନ୍ୟ ମଦ ଦୋକାନୀ ମାନେ  ପ୍ରିଣ୍ଟ ରେଟ୍ ରେ ସରକାର ଙ୍କ ନିର୍ଦ୍ଦେଶକ୍ରମେ ବିକ୍ରି କରୁଥିବା ବେଳେ  ଏଠାରେ କିନ୍ତୁ ତାହା ଓଲଟା ଥିଲା।  ପ୍ରିଣ୍ଟ ରେଟ୍ ଠାରୁ ଅଧିକ ରେଟ୍ ରେ ବିକ୍ରି ହେଉଛି ବୋଲି ମଦ୍ୟପ ଙ୍କ ମଧ୍ୟରେ ଜୋର୍ ରେ ଚର୍ଚ୍ଚା କରିବା ସହ ଝାମିଲା କରିବାରୁ ତାହା ବନ୍ଦ୍ କରାଯାଇ ଥିବା ଚର୍ଚ୍ଚା ଧରିଛି। ଅନ୍ୟ ପକ୍ଷରେ ଖାଉଟି ମାନଙ୍କୁ ଚଢା ରେଟ୍ ରେ ନ ବିକି ଚୋରା ମଦ ଦୋକାନୀ ମାନଙ୍କୁ ବିକ୍ରି କରାଯାଉଛି ବୋଲି ଆଲୋଚନା ମଧ୍ୟ ହେଉଛି। ବର୍ତ୍ତମାନ ଯେଉଁ ଦିନ ଗୁ଼ିଡିକରେ ଏହି କାଉଣ୍ଟର ବନ୍ଦ୍ ରଖାଗଲା ସରକାରୀ ନିର୍ଦ୍ଦେଶ କ୍ରମେ ସେହି ଦିନ ମାନଙ୍କରେ ବିକ୍ରି ହେବାକୁ ଥିବା ମଦ କିପରି ବିକ୍ରି ହେବ ଅର୍ଥାତ ଏହି ମାସର ବିକ୍ରି ଟାର୍ଗେଟ କେମିତି ପୂରଣ କରାଯିବ ଏବଂ ଏହା ଠାରୁ ସରକାର ଯେଉଁ ରାଜସ୍ବ ପାଇଥାନ୍ତେ ତାହା କିପରି ସରକାରୀ ତାହାବିଲ୍ କୁ ଯିବ ବୋଲି ବୁଦ୍ଧିଜବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ ବିଷୟରେ ଅବକାରୀ ବିଭାଗ ଓ ସ୍ଥାନୀୟ ପ୍ରଶାସନ ସବୁ ଜାଣି ମଧ୍ୟ କିଛି ନଜାଣିବା ପରି ଚୁପ୍ ରହିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଉକ୍ତ ବିଷୟରେ ଦାୟିତ୍ଵ ରେ ଥିବା ବ୍ୟକ୍ତି ଜଣ ଙ୍କୁ ପଚାରିବାରୁ ସେ ଅସ୍ବୀକାର କରିଛନ୍ତି।

Related Posts

About The Author

Add Comment