ଗଡମଧୁପୁର, ୨୯/୫ (ସନ୍ଧାନ ନିୟୁଜ) : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡପୁର କଳାପଥର ପାହାଡରେ ପ୍ରଶାସନ ଲାଗୁ କରିଥିବା ୧୪୪ଧାରକୁ ଖାତିର ନକରି ପ୍ରତ୍ୟହ କଳାପଥର ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ଧର୍ମଶାଳା ତହସିଲ ପ୍ରଶାସନ ନିଜର ସବୁ ଶକ୍ତି ଲଗାଇ ଏହାକୁ ରୋକି ପାରୁନାହାଁନ୍ତି । ମାଫିଆମାନେ ପହାଡରୁ କଳାପଥର ଚୋରି କରିବାର ଜିଦ ନିକଟରେ ପ୍ରଶାସନର ଧାରା ୧୪୪ ହାର ମାନିଛି । ୧୪୪ଧାରା ଉସେôଦ ନେଇ ସରକାରି ସ୍ଥରରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ବି ପଥର ମାଫିଆ କିନ୍ତୁ ଏହାକୁ ଉଲଙ୍ଘନ କରି ପଥର ଉତ୍ତୋଳନ ଜାରି ରଖିଥିବା ଜଣାଯାଇଛି । ଫଳରେ ସରକାର ଦୈନିକ ହଜାର ହଜାର ଟଙ୍କା ରାଜସ୍ୱ ହରାଇବା ସହ ପରିବେଶ ପ୍ରଦୁଷଣର ସ୍ତର ଦିନକୁ ଦିନ ବଢିବଢି ଚାଲିଛି ଏବଂ ଏ ଅଂଚଳରେ ଥିବା ଚାଷ ଜମି ଉର୍ବରତା ହରାଇ ପଡିଆ ପଡିବାକୁ ବସିଲାଣି । ଖବରରୁ ଜଣା ଯାଏ ଆଜକୁ ଦୀର୍ଘଦିନ ଧରି ଡଙ୍କାରୀ,ରାହାଡପୁର,ବିଛାଖଣ୍ଡି ପାହାଡରେ ଲିଜ ହୋଇ ନଥିବା ଅନେକ ଗୁଡିଏ ସୈରାତକୁ ପଥର ମାଫିଆ ମାନେ ବିନା ଲିଜରେ ଜବର ଦଖଲ କରି ଲୁଟିୁଛନ୍ତି । ଦୈନିକ ବିନା ଆର ଫର୍ମରେ ଶହ ଶହ ଟ୍ରିପ କଳାପଥର ବାହାର ଜିଲ୍ଲାକୁ ଚାଲାଣ ହେଉଛି । ରାହାଡପୁର ଓ ଡଙ୍କାରି ପାଦଦେଶରେ ଅନେକ ଗୁଡିଏ ବେଆଇନ ମେଗା କ୍ରସରରେ ଏହି ଚୋରା ପଥରକୁ ଛୋଟ ଛୋଟ ସାଇଜ ଯାଥା ଚିପ୍ସ, ମେଟାଲ, ବଜୁରି ,ଡଷ୍ଟ ଆଦି ପ୍ରସ୍ତୁତ କରାଯାଇ ଅନାୟସରେ ବାହାର ଜିଲ୍ଲାକୁ ପଠା ଯାଉଛି । ଏହି ବେଆଇନ ଖାଦାନ ଗୁଡିକୁ ବନ୍ଦ କରିବା ସହ କ୍ରସରରେ ଥିବା ମାଲକୁ ସିଜ କରି କ୍ରସର ଗୁଡିକୁ ବନ୍ଦ ପାଇଁ ସଧାରଣ ଲୋକମାନେ ଅନେକ ଦିନ ଧରି ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ ରାଜନୈତିକ ଚାପ ଆଗରେ ମୁଣ୍ଡ ନୁଆଁଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରୁନାହିଁ । ଫଳରେ ତହସିଲ ପ୍ରସାଶନ ଉପରେ ଦିନକୁ ଦିନ ଗଣମାଧ୍ୟମର ଚାପ ବଢିଚାଲିଛି । ଏହି ବେଆଇନ କ୍ରସର ଗୁଡିକ ଜଙ୍ଗଲ ଓ ସରକାରି ଜମିଉପରେ ଗଢି ଉଠିଥିଲେ ବି ପ୍ରଶାସନ ସବୁ ଦେଖି ଆଖି ବୁଜି ଦେଇଛି । ପ୍ରଦୁଷଣ ନିୟମକୁ ଆଖିଠାର ମାରି ଚଳାଇ ଆସଥିବା ଏହି କ୍ରସର ଗୁଡିକ ଉପରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଚଢାଉ କରି ଅନେକ ସମୟରେ ମେସିନ , ବଡ ବଡ ହିଟାଚି ଓ ପରିବହନକାରି ଗାଡିକୁ ସିଜ କରିଥିଲେ ମଧ୍ୟ ତାର ପ୍ରଭାବ ମାଫିଆ ମାନଙ୍କ ଉପରେ ଥିଲା ପରି ଜଣା ପଡୁନାହିଁ । ସେଠାରେ ଥିବା କ୍ଷମତା ବହିର୍ଭୁତ ମାଲ ମହଜୁଦ ଥିବା ଦେଖି ସେସବୁର ସଠିକ କାଗଜ ପତ୍ର ନେଇ ଦେଖାଇବାକୁ ସ୍ଥାନୀୟ ତହସିଲଦାର କ୍ରସର ଗୁଡିକ ଉପରେ ନୋଟିସ ଜାରି କରିଥିବା ସୁଚନା ଦେଇଥିଲେ । କିନ୍ତୁ ନୋଟିସର କି ଉତ୍ତର ସେମାନେ ରଖିଲେ ତାର ଉତ୍ତର କାହା ପାଖରେ ନାହିଁ । ପୁର୍ବବତ ଏହି ବେଆଇନ ଖାଦାନ ଓ କ୍ରସର ଚାଲୁଛି । ଡଙ୍କାରୀରେ ଥିବା ଏ ଆର ଏସ ଏସ,ଏସ.ଟି ମିନେରାଲ୍ସ,ମା ଚଣ୍ଡି,ସି ଆଇ ଏଲ,ନାଗାର୍ଜୁନ ଏବଂ ରାହାଡପୁର ଠାରେ ବେଆଇନ ଭାବରେ ଅନେକ ଦିନଧରି ଚାଲିଥିବା ମିତଲ ଷ୍ଟୋନ କ୍ରସର,ବାବା କ୍ରସର,ଉକ୍ରଳ ହାଇେଓଜ ଷ୍ଟୋନ ଲିମିଟେଡ ପ୍ରଭୁତି ଏହି ତାଲିକା ଭୁକ୍ତ ଅଟନ୍ତି । ବାରମ୍ବାର ନୋଟିସ ଓ ସିଜ କରିବା ପରେ ବି ସେଥିପ୍ରତି ଭୃକ୍ଷେପ ନକରି ନିଜ ଜିଦରେ ଅଟଳ ଥିବା ପଥର ମାଫିଆ ମାନେ କିନ୍ତୁ ସେଥିପ୍ରତି କର୍ଣ୍ଣପାତ କରୁନଥିବା ଜଣାପଡୁଛି । ଯାହାକି କିଛି ଦିନତଳେ ତହସିଲଦାର ଅଚାନକ ଚଢାଉ କରିବା ସମୟରେ ୬ନଂ ସୈରାତରୁ ବେଆଇନ ପରିବହନ କରୁଥିବା ତିନୋଟି ହାଇଓା ଓ ମେସିନକୁ ଜବତ କରିବା ଘଟଣାରୁ ସ୍ପଷ୍ଟ ହୋଇଛି । ରାହାଡପୁର ପାହାଡର ୧୦ ନଂ କୁଆଁରୀରେ ଚଢାଉକରିଥିଲେ ମଧ୍ୟ ସେଠାରେ ଥିବା ମେସିନ ଓ ଗାଡି ଗୁଡିକୁ ମାଫିଆମାନେ ପୂର୍ବରୁ ହଟାଇ ଦେଇଥିବାରୁ ନିରାସ ହୋଇ ଫେରିଥିଲେ । ପ୍ରଶାସନ ପେରିବା ବାଟକୁ ଚାହିଁ ରହିଥିବା ପଥର ମାଫିଆ କିନ୍ତୁ ସିଜ ହୋଇଥିବା ମେସିନ ସାହାଯ୍ୟରେ ପୁର୍ବବତ ପଥର ଉତ୍ତୋଳନ ଜାରିରଖିଲେ । ଏ ସଂକ୍ରାନ୍ତରେ ରାଜସ୍ୱ ଅଧିକାରିଙ୍କୁ ପଚାରିବାରୁ ସେ କହିଥିଲେ ଯେ ତହସିଲଠାରୁ ପାହାଡର ଦୁରତା ଦୃଷ୍ଟିରୁ ସବୁ ସମୟରେ ପାହାଡ ଉପରେ ନଜର ରଖିବା ସମ୍ଭବପର ନୁହେଁ । ଯଦି ସ୍ଥାୟୀ ପ୍ରତିକାର ପାଇଁ ସରକାର ସେଠାରେ ଏକ ଗେଟ କିମ୍ବା ପୋଲିସ ବ୍ୟବସ୍ତା କରାଯାନ୍ତା ତେବେ ସମ୍ଭବପର ହୋଇପାରନ୍ତା । ଅପର ପକ୍ଷେ ଏହି ବେଆଇନ ପରିବହନ ଫଳରେ ତୁରଙ୍ଗ ଠାରୁ ବରଡା ପଯ୍ୟନ୍ତ ଯାଇଥିବା ଆର ଡି ରାସ୍ତା ଏବେ ମରଣ ଜନ୍ତା ପାଲଟିଛି । ସନ୍ଧ୍ୟା ନଇଗଲାପରେ ପରେ ଶହ ଶହ ଭାରିଯାନ ଏହି ରାସ୍ତାରେ ଓଭରଲୋଡ ନେଇ ଜିବା ଫଳରେ ରାସ୍ତାରେ ଯାଉଥିବା ଯାତ୍ରୀଙ୍କ ଜିବନ ପ୍ରତି ବିପଦ ଦେଖାଦେଇଛି । ଭାରିଯାନରେ ଓଭରଲୋଡକୁ ବାରଣ କରାଯାଇଥିବା ସ୍ଥଳେ ଏଭଳି ବେଆଇନ ଚାଲଣ ପ୍ରତି ପୋଲିସ,ପରିବହନ ଅଧିକାରି ଓ ରାଜସ୍ୱ ବିଭାଗ ଆଖି ବୁଜି ଦେଇଛି । ସ୍ଥାନୀୟ ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ ଖୁବ ଶିଘ୍ର ଏହା ଉପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ପଥର ମାଫିଆଙ୍କ ଜିଦ ପାଖରେ ହାର ମାନିଛି ପ୍ରଶାସନର ଧାରା ୧୪୪
|
May 29, 2019 |



