ଜେନାପୁର/ସନ୍ଧାନ ନ୍ୟୁଜ୍) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ସାହାଣିଡିହ ପଞ୍ଚାୟତ ଚାରଗୋଠ ଗ୍ରାମର ବାଉରୀ ରାଉତଙ୍କ ପୁଅ ଶିବୁ ରାଉତ(୬)ଙ୍କ ମୃତ ଦେହ ପଥର ଖାଦାନ ପାଣି ମଧ୍ୟ୍ୟରୁ ଆଜି ସକାଳୁ ସକାଳୁ ଉଦ୍ଧାର।ସୂଚନା ରୁ ପ୍ରକାଶ ଯେ ଶିବୁ ଓ ତାର ମା ମମତା ସେହି ଗ୍ରାମରେ ନିଜ ମାମୁଁଘରେ ରହି ଆସୁଥିଲେ।ଶିବୁ ଦୈନଦିନ ଟିୟୁସନ ସାରି ଘରୁ ଫେରି ଦୋକାନକୁ ଯାଇଥିଲା। ଘରକୁ ଫେରି ନଥିବାରୁ ପରେ ପରିବାର ଲୋକ ଖୋଜା ଖୋଜି କରି ପାଇ ନ ଥିଲେ. ଗୁରୁବାର ସକାଳୁ ଶିବୁ ର ମୃତ ଦେହ ସ୍ଥାନୀୟ ପାହାଡ଼ ଖାଦାନ ର ପାଣି ଭିତରେ ଭାସୁଥିବାର ଦେଖିବାକୁ ମିଳିଥିଲା।ଖବର ପାଇ ଜେନାପୁର ପୋଲିସ ଓ ଅଗ୍ନିଶମ ବାହା ନୀ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ମେଡିକାଲ କୁ ପଠାଇଥିବା ଜଣାପଡିଛି. ତେବେ ଶିବୁ ତାର ବାପା ବାଉରୀଵଂଧୁ ହତ୍ୟା କରିଥିବା ନେଇ ଶିବୁ ର ମାମୁଁ ଘର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ମୃତ ଶିବୁର ବାପା, ବଡ଼ ବାପାବଡ଼ ବୋଉ, ଜେଜେ ବାପା, ଜେଜେ ମାଆ କୁ ପୋଲିସ୍ ଉଦ୍ଧାର କରି ଥାନାକୁ ନେଇଛି,ସନ୍ଧାନି କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା,,



