ପତ୍ର ଜାଳି ପୁଇଁ ହେଉଥିବା ବେଳେ ନିଆଁରେ ପୋଡ଼ି ହୋଇ ବୃଦ୍ଧା ଗୁରୁତର

Spread the love

ପାଟଣା, ୫/୧୨ (ସନ୍ଧାନ ନିଉଜ) : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଭରାଣ୍ଡିଆ ଗ୍ରାମରେ ଘଟିଛି ଅଘଟଣ । ପତ୍ର ନିଆଁରୁ ଶାଢୀରେ ନିଆଁ ଲାଗି ଜଣେ ବୃଦ୍ଧା ଗୁରୁତର ହୋଇ ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି।ଗୁରୁତର ବୃଦ୍ଧା ହେଲେ କସ୍ତୁରୀ ନାଏକ(୮୦)। ସୂଚନା ମୁତାବକ ସୋମବାର ସନ୍ଧ୍ୟାରେ ଥଣ୍ଡା ପ୍ରକୋପରୁ ରକ୍ଷା ପାଇବା ପାଇଁ ଘର ପାଖରେ ପତ୍ର ଜାଳି ପୁଇଁ ହେଉଥିଲେ । ଅସାବଧାନତା ଯୋଗୁଁ ପିନ୍ଧା ଲୁଗାରେ ନିଆଁ ଲାଗି ଯିବାରୁ ପରିବାର ଲୋକେ ତାଙ୍କୁ ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଅଵସ୍ଥା ଶଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ଡ଼ଃ ଶୁଭେନ୍ଦୁ ସାଗର ନାଏକଙ୍କ ସୂଚନା ଅନୁସାରେ ବୃଦ୍ଧାଙ୍କ ଦେହ ପାଖାପାଖି ୬୦ ପ୍ରତିଶତ ପୋଡି ଯାଇଛି।

Related Posts

About The Author

Add Comment