ପତ୍ରିକା ଶ୍ୟାମଳ ସୁବର୍ଣ୍ଣ ମାଧ୍ୟମରେ ଆମେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି କରିପାରିବା : ସମ୍ପାଦକ ସ୍ତମ୍ଭକାର ଡି.ଶୁଭମ

Spread the love
କଟକ, ୦୬/୦୮/୨୦୨୧ (ସନ୍ଧାନ ନିଉଜ) – କୃଷିଭିତ୍ତିକ ତ୍ରୟମାସିକ ପତ୍ରିକା “ଶ୍ୟାମଳ ସୁବର୍ଣ୍ଣ”ର ଚତୁର୍ଦ୍ଦଶ ସଂଖ୍ୟା ଅନଲାଇନରେ ଇ-ମ୍ୟାଗାଜିନ ଭାବେ ପ୍ରକାଶିତ ହୋଇ ସାରା ଓଡ଼ିଶାରେ ଖୁବ ପାଠକୀୟ ସ୍ୱୀକୃତି ଲାଭକରିଛି । ୨୦୧୮ ସାଲରୁ ପ୍ରକାଶିତ  ପତ୍ରିକା କୃଷକ ମାନଙ୍କ ନିମନ୍ତେ ଉପାଦେୟ ତଥ୍ୟ,ରୋଗପୋକ ସମସ୍ୟା ଓ ସମାଧାନ,କୃଷକ ମାନଙ୍କୁ ନେଇ ଆଲୋଚନାଚକ୍ର,ବିଭିନ୍ନ କୃଷି ଗବେଷକ ମାନଙ୍କର ଉପାଦେୟ ସ୍ତମ୍ବ ପ୍ରକାଶିତ ହୋଇ କୃଷି ଆନ୍ଦୋଳନକୁ ଦ୍ୱିଗୁଣି କରିଛି ଏହାର ସ୍ୱୀକୃତି ସ୍ୱରୂପ  ଏହି ପତ୍ରିକା କୃଷିକର୍ମଣ ପୁରସ୍କାରରେ ପୁରସ୍କୃତ । ପତ୍ରିକାର ମୁଖ୍ୟ ସମ୍ପାଦକ ସ୍ତମ୍ଭକାର ଡି.ଶୁଭମ ଶ୍ୟାମଳ ସୁବର୍ଣ୍ଣ ପତ୍ରିକା ଜରିଆରେ ଓଡ଼ିଶାର କୃଷି,କୃଷକ ମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ,ଶିକ୍ଷା,ସରକାରୀ ଯୋଜନା,ଗବେଷଣା,ଆଧୁନିକ ପର୍ଯ୍ୟାୟରେ କୃଷିକାର୍ଯ୍ୟକୁ ଆମ ରାଜ୍ୟରେ ଅଧିକ ତ୍ୱରାନ୍ୱିତ କରିହେବା ସହ ଚାଷୀର ମାନଦଣ୍ଡକୁ ବଢାଇହେବାକୁ ଆଶା ବାନ୍ଧିଛନ୍ତି ।

Related Posts

About The Author

Add Comment