ବାରିପଦା, ୧୪.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ପତ୍ନୀଙ୍କୁ ହତ୍ୟା କରିବା ନେଇ ୨୦୧୪ରେ ପତ୍ନୀ ନିର୍ଯ୍ୟାତନା ସହ ହତ୍ୟା ଅଭିଯୋଗରେ ରୁଜୁ ହୋଇଥିବା ଏକ ମାମଲାକୁ ସ୍ଥାନୀୟ ଅତିରିକ୍ତ ଜିଲା ଓ ଦୌରାଜଜ୍ (୧) ପ୍ରବୀର କୁମାର ଚୌଧୁରୀ ବିଚାର କରି ଆଜି ଅଭିଯୁକ୍ତ ସ୍ୱାମୀ ପୁଣିଆ ଓରଫ୍ ସୁଦାମ ମାଣ୍ଡି(୫୦) ଙ୍କୁ ଆଇପିସିର ୩୦୪(୨) ଦଫାରେ ଦୋଷୀ ସାବ୍ୟସ୍ତ କରିବାର ଜଣାଯାଇଛି। ଦୋଷୀ ସାବ୍ୟସ୍ତ ଅଭିଯୁକ୍ତକୁ ସାତ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ତିନି ହଜାର ଟଙ୍କା କାରିମାନା ଅନାଦେୟ ଅତିରିକ୍ତ ତିନି ମାସ କାରାଦଣ୍ଡ ଭୋଗିବା ଏବଂ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତ ବିଚାରାଧୀନ କଏଦୀଭାବେ କାରାଗାରରେ ରହିଥିବା ସମୟକୁ ଏହି କାରାଦଣ୍ଡାଦେଶରୁ ବାଦ ପଡିବ ବୋଲି ରାୟରେ ଉଲ୍ଲେଖ ଥିବା ପ୍ରକାଶ। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ । ଅଭିଯୋଗରୁ ପ୍ରକାଶ ଯେ ରାସଗୋବିନ୍ଦପୁର ଥାନା ଅଧୀନ ବଣକାଟି ଗ୍ରାମର ପୁଣିଆ ଓରଫ୍ ସୁଦାମ ମାଣ୍ଡି ତାଙ୍କର ପତ୍ନୀ ରାଣୀ ହାଁସଦାଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ଠେଙ୍ଗାରେ ପିଟି ହତ୍ୟା କରିଥିବା ଅଭିଯୋଗ ନେଇ ୨୦୧୫ ଡିସେମ୍ବର ୨୬ ତାରିଖରେ ୧୩/୨୦୧୫ ନମ୍ବରର ଏକ ମାମଲା ୪୯୮(କ) ଓ ୩୦୨ ଦଫାରେ ରୁଜୁ ହୋଇଥିଲା । ପୁଲିସ ତଦନ୍ତ କରି ହତ୍ୟା ଅଭିଯୋଗରେ ସ୍ବାମୀଙ୍କୁ ଗିରଫ କରି ବାରିପଦା କୋର୍ଟ ଚାଲାଣ କରିବା ପରେ ସେ ବାରିପଦା ଜେଲରେ ବିଚାରାଧୀନ କଏଦୀଭାବେ ରହିଥିଲେ। ଅଭିଯୁକ୍ତ ସ୍ଵାମୀ ୪୯୮(କ) ଓ ୩୦୨ ଦଫାରେ ଦୋଷୀ ସାବ୍ୟସ୍ତ ନ ହୋଇ ଶ୍ରୀ୦୪(୨) ଦଫାରେ ଦୋଷୀ ସାବ୍ୟସ୍ତ ହେବା ସହିତ ଦଣ୍ଡାଦେଶ ହୋଇବା ପ୍ରକାଶ।
ପତ୍ନୀ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତ ସ୍ୱାମୀଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ
|
January 14, 2021 |