ରାଇରଙ୍ଗପୁର -୪/୨/୨୦୨୩- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ଦାଣ୍ଡବସ ଗ୍ରାମରେ ଆଜି ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଶହେ ବାର୍ଷିକୀ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ,ଦାଣ୍ଡବସ ଗ୍ରାମର ଶ୍ରୀ ରଘୁନାଥ ମୁର୍ମୁ ଜଣେ ଆଦିବାସୀ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ। ସେ ଜଣେ ଭାବୁକ ଓ ପାଣ୍ଡିତ୍ୟ ଥିଲେ। ସେ ଜଣେ ଗ୍ୟାନି ମଧ୍ୟ ଥିଲେ ଓ ଲେଖକ ମଧ୍ୟ ଥିଲେ। ପଛୁଆ ବର୍ଗରେ ପଡ଼ି ରହିଥିବା ଆଦିବାସୀ ଙ୍କ ପ୍ରତି ତାଙ୍କର ବହୁ ଚିନ୍ତାଧାରା ଥିଲା। ତାଙ୍କ ଚିନ୍ତାଧାରା ଥିଲା ଯେ, ଆଦିବାସୀ ର ବାଳକ ବାଳିକା କିପରି ଗ୍ୟାନି ହେବେ ଓ ଆଦିବାସୀ ସମାଜର ନାଁ ରଖିବେ ବୋଲି ସେ ସବୁବେଳେ ଚିନ୍ତା କରୁଥିଲେ। ଏବଂ ସେ ଅଲଚିକି ଭାଷାର ପୁସ୍ତକ ମାନ ସବୁ ଲେଖିଥିଲେ। ତେଣୁ ସମସ୍ତ ଆଦିବାସୀ ତାଙ୍କୁ ସନ୍ମାନର ସହିତ ତାଙ୍କ ସ୍ମୃତି ପିଠରେ ଶ୍ରଦ୍ଧାଞ୍ଜଳୀ ଦେଇ ନାନା ଉପଚାରରେ ପୂଜା ର୍ଚ୍ଚନା କରି ଭକ୍ତିପୁତ୍ତ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ତେଣୁ ଦାଣ୍ଡବସ ଗ୍ରାମରେ ଆଜି ବହୁ ଜନ ସମାଗମ ହୋଇଥିଲା। ଏବଂ ବହୁ ଦୂରଦୂରାନ୍ତରୁ ଆଦିବାସୀ ଲୋକେ ଆସି ରୁଣ୍ଡୀଭୂତ ହୋଇଥିଲେ।
ରାଇରଙ୍ଗପୁର ରୁ ପରେଶ୍ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ରିପୋର୍ଟ ସନ୍ଧାନ ନ୍ୟୁଜ୍।
ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଶ୍ରାଦ୍ଧ ଦିବସ ପାଳିତ
|
February 4, 2023 |