ନୂଆଦିଲ୍ଲୀ : ପଣସ ଓ ଦୁରିଆନ ଭଳି ଫଳରୁ ହୋଇପାରିବ ବିଜୁଳି ଉତ୍ପାଦନ। ଏଥିରେ ଛୋଟ ଛୋଟ ଇଲୋକ୍ଟ୍ରୋନିକ୍ସ ଉପକରଣକୁ ଚାର୍ଜ କରିହେବ। ୟୁନିଭର୍ସିଟି ଅଫ୍ ସିଡ୍ନୀର ବିଶେଷଜ୍ଞଙ୍କ ଦ୍ୱାରା ଜର୍ନାଲ ଅଫ୍ ଏନର୍ଜି ଷ୍ଟୋରେଜରେ ପ୍ରକାଶିତ ତଥ୍ୟରୁ ଏହା ଜଣାପଡିଛି। ବିଶେଷଜ୍ଞମାନେ କହିଛନ୍ତି ଗ୍ରୀଷ୍ମପ୍ରଧାନ ଦେଶରେ ଫଳକୁ ସୁପର କାପାସିଟରରେ ପରିବର୍ତ୍ତନ କରାଯାଇପାରିବ। ସୁପର କାପାସିଟର ବିଜୁଳିର ଏମିତି ଏକ ସ୍ରୋତ ଯାହା ସୂଚାରୁରୂପେ ବିଦ୍ୟୁତ ପ୍ରବାହ ଜାରି ରଖିଥାଏ।
ଏହା ବ୍ୟାଟେରୀର ଛୋଟ ଡିଭାଇସ ଭିତରେ ଅଧିକ ମାତ୍ରାରେ ବିଜୁଳି ସଂଗ୍ରହ କରିଥାଏ। ଯାହା ଫଳରେ ଅଳ୍ପ ସମୟ ମଧ୍ୟରେ ଛୋଟ ଇଲୋକ୍ଟ୍ରୋନିକ୍ସ ଉପକରଣ ଯଥା ମୋବାଇଲ ଫୋନ, ଟାବଲେଟ ଓ ଲାପଟପକୁ ଚାର୍ଚ୍ଚ କରାଯାଇ ପାରିବ। ଏଥିପାଇଁ ଗ୍ରୀନ ଇଞ୍ଜିନିୟରିଂ ପଦ୍ଧତି ବ୍ୟବହାର କରାଯାଇଥିବା ବିଶେଷଜ୍ଞମାନେ କହିଛନ୍ତି। ଏହି ପଦ୍ଧତି ସାଧାରଣତଃ ପାଣି ଗରମ କରିବା ଓ ଫଳ ଶୁଖାଇବାରେ ବ୍ୟବହାର କରାଯାଇଥାଏ।