ପଢନ୍ତୁ ଲହରୀ ସ୍ନେହଲତା ନାୟକଙ୍କ ଗଳ୍ପ “ପରକୁ ସ୍ୱପ୍ନ ଦେଖିଲେ ନିଜଠି ପଡେ”

Spread the love

ଏଇ କୁକୁର ଗୁଡା ରାତି ଅଧ ଟାରେ କାଇଁ ଭୁକୁ ଛନ୍ତି କେଜାଣି | କିଏ ଘଉଡା଼ଉ ନାହାନ୍ତି ଏରାଙ୍କୁ ଏମିତି କହି ଖାଇବାକୁ ଦଉଥିଲେ ମାଆ | ଆରେ ଆସୁନୁ ଖାଇବୁ ସବୁବେଳେ ସେ ନିଆଁ ଲଗା ମୋବାଇଲ ଟା ଧରିକି ବସିଲା। ଖାଇ ସାରି ମାଆ ବସି ଝିଅ ମିଲି ଆଉ ପୁଅ ମିଲୁ ର ଛୋଟ ବେଳ ର ଦୁଷ୍ଟାମୀ ସବୁ ଶୁଣାଉ ଥିଲେ | ପିଲେ ବି ସୋଇପଡିଲେ।ବାବୁ ଙ୍କର ଦେହ ଖରାପ କାଲି ହସ୍ପିଟାଲ ନେଇକି ଯିବାକୁ ପଡ଼ିବ ଯେମିତି ହେଲେ,ତାପରେ ମା ଯାଇ ବ୍ୟାଗ ପ୍ୟାକ କଲେ | କାଳେ ଦିନେ ଦି ଦିନ ରହିବାକୁ ପଡିବ ସବୁ ଟେଷ୍ଟ କରିକି ଆସିବେ।ସକାଳୁ କାନ୍ଦ କାନ୍ଦ ମୁହଁ ନେଇ ମିଲି ଆସି ବସିଗଲା ସାନ ଭାଇ ମିଲୁ ଆଗରେ | ତାକୁ ଦେଖି ମିଲୁ କହିଲା କଣ ହେଲା ବାପା ବାହାରିଲେଣି ତ ନା ସବୁବେଳ ପରି ଆଜି ବି ହସ୍ପିଟାଲ ଯିବେନି ବୋଲି ବାହାନା କରୁଛନ୍ତି ଆଜି ସେ ଯାହା ବି ବାହାନା କରନ୍ତୁ ନ କାହିଁକି ତାଙ୍କୁ ନେଇକି ହସ୍ପିଟାଲ ଯିବାକୁ ହିଁ ପଡିବ ଦେହ ଟା ପୁରା ଖରାପ ହେଇଗଲାଣି । ତା କଥା ଶୁଣି ମିଲି ଟିକେ ଧୀର ସ୍ବର ରେ ମନ ଟା କାହିଁକି ଭଲ ଲାଗୁନି ସକାଳୁ ବୋଲି କହିଲା, କାଲି ରାତିରେ ଆମ ପଡିଶା ଜଗୁ ଭାଇ ମରିଯିବାର ସ୍ବପ୍ନ ଦେଖିଚି ଆଉ ବୋଉ କହେ କି ପରକୁ ଖରାପ ସ୍ବପ୍ନ ଦେଖିଲେ କାଳେ ନିଜଠି ପଡେ । ହେ ତୁ ଖାଲି ବେକାର ଯାହା ଭାବୁଛୁ ଏମିତି କିଛି ହୁଏନି ମ ଚାଲ ଦେଖିବା ବାପା ବହାରିଲେଣି କି ନାଇଁ | କାହିଁକି ଦି ଜଣ ବାବୁ ଙ୍କୁ ଆଣି ବାହାର ପିଣ୍ଢ। ଚଉକି ରେ ବସେଇଲେ | ତମକୁ କଣ ଭଲ ଲାଗୁଛି ମୁ ଏତେ ରାଗିଲେ ମୁ ତ ଜୀବିନି କହୁଚି ମୋର କଣ ଟା ହେଇଚି କି କାହିଁକି ମୋତେ ବାରମ୍ବାର ନଉଚ ସେ ହସ୍ପିଟାଲ | ବାପା ତମେ କାହିଁକି ବ୍ୟସ୍ତ ହଉଛ କହିଲ ତମର କିଛି ହେଇନି ଖାଲି ଆମେ ଯିବା ଆଉ ଟେଷ୍ଟ କରିକି ଆସିଯିବା | ଏତିକି କହିକି ମିଲୁ ବୋଉ ଡାକ ଶୁଣି ଚାଲିଗଲା | ହଠାତ ଗୋଟେ ଜୋରରେ ଶବ୍ଦ ଶୁଭିଲା ସମସ୍ତେ ଧାଇଁ ଆସି ଦେଖନ୍ତି ତ ବାବୁ ତଳେ ପଡିଯାଇଛନ୍ତି ଆଉ କଥା କହୁନାହାଁନ୍ତି | ବାବୁ ଙ୍କର ଏ ଅବସ୍ଥା ଦେଖି ସଂଗେ ସଂଗେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା ନେଇଗଲେ | ବାଟ ସାରା ବାବୁ ଖାଲି ବିଳ ବିଳାଉ ଥିଲେ,ମିଲି କୁ କହୁଥିଲେ ମା ରେ ତୋ ବାପା ଉପରେ ରାଗିଛୁ | ଘରର ସବୁ କଥା ବୁଝିବୁ,ମୋତେ ଆଉ   ଭରଷା କରନି।ତାପରେ ବାବୁ ଙ୍କୁ ନେଇ ମାଆ ଆଉ ମିଲି ଡାକ୍ତରଖାନାରେ ପହଁଚିଲେ  ମିଲୁ ଘରେ ଥାଏ | ଥାକ ରୁ ବିସ୍କୁଟ ଡବା ତା କାଢିଲା ବେଳେ | ସିନ୍ଦୂର ଫରୁଆ ଟା ତଳେ ପଡ଼ିଗଲା,ତା ମନକୁ ପାପ ଛୁଇଁଲା ସେ ବୋଉ କୁ ଫୋନ କରିକି ହାଲଚାଲ ବୁଝିଲା | ତୋ ବାପା ଖାଇକି ସୋଇଛନ୍ତି ବୋଲି ବୋଉ କହିଲା,ହେଲେ ସତ କଥା ହେଲା ବାବୁ ତା ସକାଳୁ ସେମିତି ସୋଇଛନ୍ତି ନ କିଛି କହୁଛନ୍ତି ନ ଖାଇଛନ୍ତି । ଦି ପ୍ରହର ଯାଇ ରାତି ହବାକୁ ବସିଲାଣି ତଥାପି ବାବୁ ଉଠିନଥିଲେ, ଓହୋ ରାତି ପ୍ରାୟ ୧୧ଟା ବେଳକୁ ବାବୁ ଙ୍କର ହୋସ ଆସିଲା | ମା କୁ ଚାହଁି ଟିକେ ମୁରୁକି ହସିଦେଇ ବାବୁ ପୁଣି ସୋଇପଡ଼ିଲେ | ଯେତେ ଡାକିଲେ ଆଉ ଶୁଣିଲେନି ତାପରେ ତାଙ୍କୁ ରାତି ରାତି ଘରକୁ ନେଇ ଆସିଲେ। ବାବୁ ସେଦିନ ଯେମିତି ସବୁଦିନ ପାଇଁ ଅଚିନ୍ତା ରେ ସୋଇଯାଇଥିଲେ ସବୁ ଦାୟିତ୍ୱ ମିଲି ହାତରେ ଟେକି ଦେଇ ଆଉ ବାପ ଛେଉଣ୍ଡ ମିଲି ତା ସାନ ଭାଇ କୁ କୋଳେଇ ନେଇ ତୁନି କରୁଥାଏ ଆଉ ମନେ ମନେ କହୁଥାଏ ବୋଉ ଠିକ କହୁଥିଲା ପରକୁ ସ୍ୱପ୍ନ ଦେଖିଲେ ନିଜଠି ପଡେ। 

Lahari Snehalata Naik

Related Posts

About The Author

One Response

  1. Lahari Snehalata Naik
    June 19, 2019

Add Comment