ପଟ୍ଟାଙ୍ଗୀ ତହସିଲର ୫ ଟି ଗ୍ରାମର ୨୧୭ ଜଣ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ

Spread the love

କୋରାପୁଟ,୨/୫ (ସନ୍ଧାନ ନିୟୁଜ)  ; ସାମୁଦ୍ରୀକ ଝଡ ଫନିକୁ ଦୃଷ୍ଟିରେ ରଖି ପଟ୍ଟାଙ୍ଗୀ ତହସିଲର ୫ ଟି ଗ୍ରାମର ୨୧୭ ଜଣ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ତହସିଲଦାର ଡ .ଅରୁଣ କୁମାର ଖଣ୍ଡା ସୂଚନା ଦେଇଛନ୍ତି ।ଲୋକମାନଙ୍କୁ ଆଜି ରାତ୍ରୀରେ ରନ୍ଧାଖାଦ୍ୟ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।ଚନ୍ଦକା ପଂଚାୟତର ଗାଲିପାଡୁ ,ଗାଂଗରାଜପୁରର ଦମକଗୁଡା ,ତଳଗୋଲୁରର ଡୁମୁରିଗୁଡା ଓ ସିଡିବାଲସା ଏବଂ ରାଲେଗଡାର ବୁନ୍ଦୁଲପାଡୁ ପ୍ରଭୃତି ଗ୍ରାମର ୨୧୭ ଜଣ ଲୋକ ବିଭିନ୍ନ ସରକାରୀ ସ୍କୁଲରେ ରଖାଯାଇଥିବା ସେ ପ୍ରକାଶ କରିଛନ୍ତି ।ଆସନ୍ତାକାଲି ପରିସ୍ଥିତିକୁ ଦେଖିଲାପରେ ପରବର୍ତୀ ନିଷ୍ପତି ନିଆଯିବ ବୋଲି ସେ ସୂଚନା ଦେଇଥିଲେ ।

Related Posts

About The Author

Add Comment