ନୂଆ ଦିଲ୍ଲୀ, ୨୨/୦୧/୨୧ (ସନ୍ଧାନ ନିଉଜ) : ପଞ୍ଜାବର ମୁକ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସରକାର କୃଷକ ଆନ୍ଦୋଳନରେ ପ୍ରାଣ ହରାଇଥିବା ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଚାକିରି ଦେବାକୁ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟଯେ, ଦିଲ୍ଲୀ ସୀମାରେ କୃଷକମାନେ ପ୍ରାୟ ଦୁଇମାସ ଧରି ତିନୋଟି ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। ଆଜି ହେଉଛି ଆନ୍ଦୋଳନର ୫୮ ତମ ଦିନ। କୃଷକ ସଂଗଠନ କହୁଛି ଏହି ସମୟ ମଧ୍ୟରେ ବିଭିନ୍ନ କାରଣରୁ ଅନେକ ଚାଷୀଙ୍କ ମୃତ୍ୟୁ ଘଟିଛି। ସେପଟେ ସିଏମ କ୍ୟାପ୍ଟ ଅମରିନ୍ଦର ସିଂ କହିଛନ୍ତି ଯେ ଏପର୍ଯ୍ୟନ୍ତ ୭୬ କୃଷକଙ୍କ ମୃତ୍ୟୁ ହୋଇଥିବା ତାଲିକା ମିଳିଛି। ମୃତକ ଚାଷୀଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ସିଏମ କହିଛନ୍ତି।
ପଞ୍ଜାବ ସରକାରଙ୍କ ବଡ ଘୋଷଣା : କୃଷକ ଆନ୍ଦୋଳନରେ ପ୍ରାଣ ହରାଇଥିବା ପରିବାରକୁ ପାଞ୍ଚ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ଏବଂ ଚାକିରୀ
|
January 22, 2021 |
