ଖୁଣ୍ଟା,୨୯/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ଖୁଣ୍ଟା ବ୍ଲକ କାର୍ଯ୍ୟାଳୟ ପରିସରରେ ଗ୍ରାମ ପଞ୍ଚାୟତ ବିଭାଗର ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଫିତାକାଟି ଉଦଘାଟନ କରିଥିଲେ । ତାଙ୍କର ସହିତ ବାରିପଦା ବିଧାୟକ ପ୍ରକାଶ ସୋରେନ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ଭାଦବ ହାଁସଦା, ଖୁଣ୍ଟା ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ମାରାଣ୍ଡି ଉପସ୍ଥିତ ଥିଲେ । ୨୨ ଲକ୍ଷ ଟଙ୍କ ବ୍ୟୟ ବରାଦରେ ନିର୍ମିତ ହୋଇଥିବା ଗ୍ରାମ ପଞ୍ଚାୟତ ବିଭାଗର ନିଜସ୍ବ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବା ପରେ ପଞ୍ଚାୟତିରାଜ ବିଭାଗର ଅଫିସ କାମ ଏଣିକି ସହଜ ହେବ ବୋଲି ମନ୍ତ୍ରୀ କହିଥିଲେ । କାର୍ଯ୍ୟାଳୟରେ ଥିବା ଭିଡିଓ ବାର୍ତ୍ତାଳପ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଇଂରାଜୀ ନୂଆବର୍ଷ ର୍ ଓ ମକର ସଂକ୍ରାନ୍ତି ପାଇଁ ବ୍ଲକ ଜନସାଧାରଙ୍କୁ ଶୁଭେଚ୍ଛା ଜଣେଇଲେ । ମକର ସଂକ୍ରାନ୍ତି ରେ ସ୍ଥାନୀୟ ଛୁଟି ଘୋଷଣା କରାଯାଉଥିବା ବେଳେ ଏଣିକି ଉକ୍ତ ଦିନକୁ ନବୀନ ସରକାର ସରକାରୀ ଛୁଟି ଘୋଷଣା କରିବାକୁ ଯାଉଛନ୍ତି ବୋଲି ବୈଠକରେ ସୂଚନା ଦେଇଥିଲେ। ସେହିପରି ଖୁଣ୍ଟା ଉଭୟ ଗୋପବନ୍ଧୁ ନଗର ଓ ଖୁଣ୍ଟା ବ୍ଲକର ମୁଖ୍ୟାଳୟ ଓ ଏଠାରେ ଦୁଇ ଗୋଟି ତହସିଲ ଥିବାରୁ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟର ଆବଶ୍ୟକତା ବାବଦରେ ସାମ୍ବାଦିକ ମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସରକାର ସେନେଇ ଆବଶ୍ୟକ ପଦକ୍ଷେପ ନେଉଛନ୍ତି, ତେବେ କୋଭିଡ ପାଇଁ ଉକ୍ତ ପ୍ରକ୍ରିୟା । ଧୂମେଇ ଯାଇଥିବା ମନ୍ତ୍ରୀ ସୁଦାମ ମାରାଣ୍ଡି କରିଥିଲେ । ସେହିପରି ବଣ ପାହାଡ ଘେରା ଆଦିବାସୀ ଅଧୁଷିତ ଅଞ୍ଚଳରେ ପିଲା ସଂଖ୍ୟା କମ କହି ପ୍ରାଥମିକ ସ୍କୁଲ ଗୁଡିକୁ ବନ୍ଦ କରିଦିଆଯାଉଥିବାରୁ ଆଦିବାସୀ ପିଲାମାନେ ହନ୍ତସନ୍ତ ହେଉଥିବା ବେଳେ ବିଧାୟକ ପ୍ରକାଶ ସୋରେନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ସିଦନାଥ ସୋରେନ, ବିଡିଓ ମାନସ ରଞ୍ଜ ସାମଲ, ପୂର୍ଭତନ ବ୍ଲକ ଅଧ୍ୟକ୍ଷ ସୁଧନ୍ୟା ନାଏକ ମଞ୍ଚାସୀନ ଥୁବା ବେଳେ ଗ୍ରାମ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ପଞ୍ଚାୟତ ବିଭାଗର ନୂତନ କାର୍ଯ୍ୟାଳୟ
|
December 29, 2020 |