ପଞ୍ଚାୟତ ଅଫିସ୍‌କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍‌: ଏନେଇ ସବୁ ଜିଲ୍ଲାପାଳଙ୍କୁ ଅତିରିକ୍ତ ସଚିବଙ୍କ ଚିଠି

Spread the love

ଭୁବନେଶ୍ୱର,୫ା୧୨,ସନ୍ଧାନ ନ୍ୟୁଜ: ଏଣିକି ରାଜ୍ୟର ସବୁ ପଞ୍ଚାୟତ ଅଫିସ୍‌ ଗୁଡିକ ପୋଷ୍ଟ ଅଫିସ୍‌ ଶାଖାଗୁଡ଼ିକୁ ସ୍ଥାନାନ୍ତରିତ ହେବ। ଏ ବିଷୟରେ ପୂର୍ବରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗତ ଜୁନ୍‌ ୬ ତାରିଖରେ ଚିଠି କରାଯାଇଥିଲା। କିନ୍ତୁ ପୂର୍ବ ମାସ ୧୭ ତାରିଖ ସୁଦ୍ଧା ରାଜ୍ୟର ୫୭୩ଟି ଶାଖା ପୋଷ୍ଟ ଅଫିସ୍‌ ମଧ୍ୟରୁ ମାତ୍ର ୭୧ଟି ପଞ୍ଚାୟତ ଅଫିସ୍‌କୁ ସ୍ଥାନାନ୍ତର ହୋଇଛି। ଆସନ୍ତା ୨୦ ସୁଦ୍ଧା ବ୍ରାଞ୍ଚ ପୋଷ୍ଟ ଅଫିସ୍‌ ସ୍ଥାନାନ୍ତର କରିବା ଲାଗି ସବୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି | ଏ ବିଷୟରେ ଗତ ବୁଧବାର ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ସୂର୍ଯ୍ୟ ନାରାୟଣ ଦାଶ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି, ଗତ ମାସ ୨୫ ତାରିଖରେ ଓଡ଼ିଶାର ମୁଖ୍ୟ ପୋଷ୍ଟ ମାଷ୍ଟର ଜେନେରାଲ୍‌ଙ୍କ ଚିଠି ମୁତାବକ ରାଜ୍ୟର ବ୍ରାଞ୍ଚ ପୋଷ୍ଟ ଅଫିସ୍‌ ପ୍ରତି ପଞ୍ଚାୟତ ବିଲ୍ଡିଂ କିମ୍ବା ସିଜିଏଚ୍‌ଏସ୍‌ ସେଣ୍ଟର, ସରକାରୀ ସ୍କୁଲ୍‌, ଅଙ୍ଗନଓ୍ବାଡି କେନ୍ଦ୍ର, ପିଏଚ୍‌ସି କିମ୍ବା ସିଏଚ୍‌ସିରେ ସ୍ଥାନିତ କରିବା ଲାଗି ବ୍ୟବସ୍ଥା କରାଯାଉ। ଏହାଦ୍ୱାରା ଗ୍ରାମାଞ୍ଚଳ ଲୋକମାନେ ପୋଷ୍ଟାଲ୍‌ ସେବା ସହଜରେ ପାଇପାରିବେ। ପୋଷ୍ଟ ଅଫିସ୍‌ ଚଳାଇବା ପାଇଁ ଭଡ଼ା ଦେବାକୁ ପଡ଼ିବ ନାହିଁ।

Related Posts

About The Author

Add Comment