ସୁନ୍ଦରଗଡ ତା:୭/୧୧/୨୦୨୫(ସନ୍ଧାନ ନ୍ୟୁଜ) ସୋସିଆଲ ମିଡ଼ିଆ ସହିତ ହ୍ୱାଟସପ ମାଧ୍ୟମରେ ଏକ ନକଲି ଚିଠି କୁ ନେଇ ଲୋକେ ପଥଭ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ପଞ୍ଚାୟତରେ ନୂତନ ନିଯୁକ୍ତିକୁ ନେଇ ଏକ ନକଲି ଚିଠି ଭାଇରାଲ ହେବାରେ ଲାଗିଥିବା ବେଳେ ଆଶାୟୀ ଲୋକେ ବ୍ଲକ ତଥା ପଞ୍ଚାୟତ ମୁଁହାମୁଁହିଁ ହେଉଥିବା ଜଣାପଡିଛି । ଏସବୁକୁ ଦୃଷ୍ଟି ନ ଦେବାକୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସୂଚନା ଦିଆଯିବା ସହିତ ଗତ ନଭେମ୍ବର ୨୪ ତାରିଖ ରେ ପି.ଆର.ପିଏଡିଏମ.ଓଏମ.ପିଜି-୦୬୪/୨୦୨୫/୪୨୩୨ ପତ୍ରରେ ନକଲି ଅପପ୍ରଚାର କୁ ନେଇ ପଞ୍ଚାୟତିରାଜ ବିଭାଗ ମାମଲା ରୁଜୁ କରିବାକୁ ଗୃହମନ୍ତ୍ରାଳୟ ଚିଠି ଲେଖିଥିବା ଜଣାପଡିଛି । ଏପରି ମିଥ୍ୟା ଅପ ପ୍ରଚାରରୁ ଦୁରେଇ ରହିବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯିବା ସହିତ କେବଳ ସରକାରୀ ପ୍ରାପ୍ତ ସୂଚନା ଉପରେ ବିଶ୍ୱାସ କରିବାକୁ ସୂଚନା ଦେଇଥିବା ଜଣାପଡିଛି ।
ପଞ୍ଚାୟତରେ ପିଅନ ନିଯୁକ୍ତି ପାଇଁ ମିଥ୍ୟା ହେଲା ଭାଇରାଲ
|
December 7, 2025 |


