ପଞ୍ଚଲିଙ୍ଗେଶ୍ଵରରେ ପର୍ଯ୍ୟଟକ ଓ ଭକ୍ତ ଶୂନ୍ୟ

Spread the love

ବାରିପଦା, ୨୬/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ପ୍ରତିବର୍ଷ ଭଳି ଚଳିତ ବର୍ଷ ବଡ଼ଦିନ ଅବସରରେ ନୀଳଗିରି ରବିଭିନ୍ନ ପର୍ଯ୍ୟଟନସ୍ଥଳୀ ଚଳଚଞ୍ଚଳ ଥିବା ବେଳେ କୋଭିଡ୍ ପାଇଁ ପଞ୍ଚଲିଙ୍ଗେଶ୍ଵର ରେ ପର୍ଯ୍ୟଟକ ଓ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳି ନାହିଁ । ଶହ ଶହ ପର୍ଯ୍ୟଟକ ନୀଳଗିରି କୁ ଆସିଥିବା ବେଳେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵର କରୋନା କଟକଣା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସ୍ଥାନୀୟ ପ୍ରଶାସନ ଶୈବପୀଠକୁ ବନ୍ଦ ରଖିଛି । ଫଳରେ ପର୍ଯ୍ୟଟକଙ୍କୁ ହୋଟେଲରେ ରହିବାକୁ ଅନୁମତି ଦେଇଥିଲେ ହେଁ ଶୈବପୀଠ ଫାଟକ ବନ୍ଦ ରହିଥିବାରୁ ପୂର୍ବବର୍ଷ ଭଳି ଚଳିତ ବର୍ଷ ପର୍ଯ୍ୟଟକ, ଭକ୍ତଙ୍କ ଏକପ୍ରକାର ମରୁଡ଼ି ହୋଇଛି । ଏଠାକୁ ଆସିଥିବା ସହସ୍ରାଧିକ ସଂଖ୍ୟାରେ ବଙ୍ଗୀୟ ପର୍ଯ୍ୟଟକ ବଡ଼ଦିନ ଅବସରରେ ଫେରିଥିବା ବେଳେ କିଛି ପର୍ଯ୍ୟଟକ ନୀଳଗିରି ଉପଖଣ୍ଡସ୍ଥିତକୁଲଡିହା ଅଭୟାରଣ୍ୟ ସବୁଜ ବନାନୀ ଜଙ୍ଗଲଟି ଚଳିତ ପର୍ଯ୍ୟଟନ ଋତୁରେ ଆଜି ଭଳି ଦିନରେ ପରିଭ୍ରମଣ କରି ବେଶ ମଜା ନେଇଛି । ଘଞ୍ଚ ଜଙ୍ଗଲ ଭିତରେ ବାସ କରୁଥିବା ବଣୁଆ ପକ୍ଷୀଙ୍କ କିଚିରିମିଚିରି ସୂର, ଛୋଟ ଛୋଟ ଝରଣାର କୁଳୁକୁଳୁ ନାଦ, ଘଞ୍ଚ ଜଙ୍ଗଲର ମାଳ ମାଳ ସବୁଜ କରୁଥିବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ଟାଣି ଆଣିଥିଲା । କେବଳ ସେଥିପାଇଁ ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟ ଭିତରେ ଶତାଧିକ ହାତୀ, ଗୟଳ, ହରିଣ, କୁଟୁରା, ସମ୍ବର, ଭାଲୁ, ମୟୂର, କୁଚିଳାଖାଇ, ଟିଆ, ଶୁଆ, ଶାରୀ ଭଳି ରଙ୍ଗବେରଙ୍ଗର ଦେଶୀ ବିଦେଶୀ ପକ୍ଷୀଙ୍କର ସ୍ଵର ଓ ପ୍ରକୃତିର କୋଳରେ ସୌନ୍ଦର୍ଯ୍ୟର ସୌଦାଗର ବୋଲି ମଧ୍ୟ ଚର୍ଜା ହୋଇଥାଏ । ଅନ୍ୟପଟେ ସରକାରଙ୍କ ୱେବସାଇଟରେ ବି ବୁକିଂର ସୁବିଧା ରହିଛି । ଆଜି ଠାରୁ ଆରମ୍ଭ କରି ଜାନୁଆରୀ ଶେଷ ଯାଏ ଅନେକ ଦିନ ପାଇଁ ବୁକିଂ ହୋଇଥିବା ଜଣାପଡ଼ିଛି । ବଡ଼ ଦିନ ଓ ନୂଆ ପାଇଁ ଅଧିକ ବୁକିଂ କରିଛି ବାହାର ରାଜ୍ୟର ପର୍ଯ୍ୟଟକ । ଏହା ସହ ସଜନାଗଡ଼ ଭୂଧାରଚଣ୍ଡି ମନ୍ଦିର, କୁଲଡିହା ଅଭୟାରଣ୍ୟର ରିସିଆ, ନୀଳଗିରି ରାଜବାଟି, ଅଯୋଧ୍ୟା ମାରିଚି ମନ୍ଦିର, ଖୁମ୍ପୁଟ, କନକଦୁର୍ଗା ମନ୍ଦିର, ମିତ୍ରପୁରସ୍ଥିତ ଖାଦା ଗର୍ଭରେ ଲହରି ମାରୁଥିବା ଦୃଶ୍ୟ ପର୍ଯ୍ୟଟକ ଆଦି ଜାଗାରେ ଭିଡ଼ ଜମାଇଥିବାର ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment