ପଚିଶି ଦିଗଭାଗ ସଂକୀର୍ତ୍ତନ ମଣ୍ଡଳୀ ଦୋଳ ମେଲଣ

Spread the love
କଟକ :  ପଚିଶି ଦିଗ ଭାଗ ସଂକ୍ରିତନ ମଣ୍ଡଳୀ ଦଶମୀ ପୂର୍ଣ୍ଣ ମେଲଣ ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିର ଠାରେ ଓ ଦଶମୀ(ମଳ) ପୂର୍ଣ୍ଣ ମେଳଣ କଟକ ବଙ୍ଗଳିସାହି ଦୁର୍ଗାମଣ୍ଡପ ଠାରେ ମହାସମାରୋହରେ ବୁଧ ଓ ଗୁରବାରେ ପାଳିତ ହୋଇଯାଇଛି l ତେଲେଙ୍ଗାବଜ଼ାର ମହନ୍ତ ଶ୍ରୀ ପ୍ରାଣକୃଷ୍ଣ ଦେ, ଶ୍ରୀ ରଘୁନାଥଜୀଉ ମନ୍ଦିର ଠାରେ ଓ ବଙ୍ଗାଳିସାହି ମହନ୍ତ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ଠାରେ ସମସ୍ତ ଠାକୁର ଜୀଉମାନଙ୍କୁ ସଂକୀର୍ତ୍ତନ ସହ ସ୍ୱାଗତ କରିଥିଲେ  l ଦଶମୀ ଅବସରରେ ବଙ୍ଗାଳିସାହି ଦୁର୍ଗାମଣ୍ଡପ ନିକଟରେ ଓ ମଳ ଦଶମୀ ଅବସରରେ ଭଗତପୁର ମଦନମୋହନ ଜୀଉ ମନ୍ଦିର ନିକଟରେ ସମସ୍ତ ଦୋଳ ବିମାନରେ ପନ୍ଥୀଭୋଗ ଲାଗି କରାଯାଇଥିଲା  l ଉଭୟ ମେଳଣର ଦିଗଭାଗର ସର୍ବାଧିକାରୀ ଶ୍ରୀ ସୁରେଶ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ ଓ ସର୍ବ ମହନ୍ତ ରବୀନ୍ଦ୍ର ବସ୍ତିଆ ପରିଚାଳନା କରିଥଲେ। ଏହି ଉତ୍ସବରେ ଏଏସେପି ଜୋନ – ୩,ଆଇଆଇସି ପୁରୀଘାଟ,ଦେବତୋର ବିଭାଗ ନିରୀକ୍ଷକ  ଓ ୧୯ ଦିଗ ସଂକୀର୍ତ୍ତନ ମଣ୍ଡଳୀ ସର୍ବାଧିକାରି ଶ୍ରୀ ବିରେନ୍ଦ୍ର କୁମାର ସାହୁ,ଧୀରେନ୍ଦ୍ର କୁମାର ସିଲ, ଅରବିନ୍ଦ ବେହେରା,ଶଙ୍କର ପ୍ରଧାନ, ବାସ୍ତରି ସଂକୀର୍ତ୍ତନ ମଣ୍ଡଳୀ ଅଧିକାରୀ ଦେବେନ୍ଦ୍ର ନାଥ ସହୁ,ଶାନ୍ତି କମିଟିର ସମ୍ପାଦକ ଭିକାରୀ ଦାଶ,ବରିଷ୍ଟ ଆଇନଜୀବି ଆଲୋକ ମହାପାତ୍ର, ୧୬ ଦିଗଭାଗ ସଂକ୍ରିତାନ ମଣ୍ଡଳୀର କାର୍ଯ୍ୟକାରୀ ସର୍ବାଧିକାରି ପ୍ରଦୀପ କୁମାର ସହୁ,କୈଳାଶ ଚନ୍ଦ୍ର ମହାରଣା,ପରୀକ୍ଷିତ ମହାରଣା, ବଙ୍ଗାଳୀସାହି ସମ୍ପାଦକ ଜୀବନ କୁମର ମହାନ୍ତି,ଭଗତପୁର ସଭାପତି ବିବେକାନନ୍ଦ ପାତ୍ର,ଗୋପୀନାଥଜୀଉ ମନ୍ଦୀର ଟ୍ରଷ୍ଟି ଶ୍ରୀ ନରେଶ ସହୁ, ଲଲାଟେନ୍ଦୁ ବଡୁ, ସମ୍ପଦ ମଲ୍ଲିକ, ଜ୍ୟୋତି ପ୍ରକାଶ ଘୋଷ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସମସ୍ତ ମଣ୍ଡଳଧାରୀ ଅଧିକାରୀ ମହନ୍ତ, କଟୁଆଳ, ସଂକୀର୍ତ୍ତନ ପ୍ରେମୀ ଉପସ୍ଥିତଥିଲେ । ସର୍ବାଧିକାରୀ ଶ୍ରୀ ସୁରେଶ କୁମାର ସାହୁ, ପୁଷ୍ପମାଲ୍ୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ 

Related Posts

About The Author

Add Comment