ପକ୍ଷୀ ଜଗତର ସର୍ବଶ୍ରେଷ୍ଠ ସ୍ଥପତି ସଙ୍କଟରେ!

Spread the love

ରାଉରକେଲା ୭/୯ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ପକ୍ଷୀ ଜଗତର ସର୍ବଶ୍ରେଷ୍ଠ ସ୍ଥପତି ଏବେ ସଙ୍କଟରେ । ପରିବେଶ ଅତ୍ୟଧିକ ମାତ୍ରାରେ ପ୍ରଦୂଷଣ, ମୋବାଇଲ ଟାୱାର, ରାଡ଼ାର ବିକିରଣ ଯୋଗୁ ଏମାନଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ପ୍ରକାଶ ଥାଉକି, ସମଗ୍ର ଭାରତ ବର୍ଷରେ ବାଇ ଚଢେଇଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଥିବା ବେଳେ ଦକ୍ଷିଣ ରାଉରକେଲାରେ ଏହା ସ୍ପଷ୍ଟ ପ୍ରତୀୟମାନ ହେଉଛି । ଦୃତ ଗତିରେ ଜନସଂଖ୍ୟା ବୃଦ୍ଧି, କୋଠାବାଡ଼ି ନର୍ମାଣ, ଯାନାବାହନ ସଂଖ୍ୟା ଦିନକୁ ଦିନ ବୃଦ୍ଧି,ପରିବେଶ ବିପର୍ଯ୍ୟସ୍ତ ସହ ବଣ ଜଙ୍ଗଲ ଧ୍ୱଂସ ବନ୍ୟପଶୁ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବାର ମୁଖ୍ୟ କାରଣ ପାଲଟିଛି । ଏହି କ୍ରମରେ ଆକର୍ଷଣୀୟ ବାଇ ଚଢେଇ ବିଳୁପ୍ତ ପ୍ରାୟ ଅବସ୍ଥାରେ ରହିଥିବା ବେଲେ ଆଉ ଦେଖିବାକୁ ମିଳୁନାହିଁ । ପ୍ରକୃତିର ଅନ୍ୟ ଏକ ଅବଦାନ ବାଇ ଚଢେଇ ଓ ତାର ବସା ଆଉ ଗାଁ ଗହଳିରେ ଦେଖିବାକୁ ମିଳୁନାହିଁ । ଏହି ଚଢେଇ ଏବଂ ତାର ବସା ପ୍ରକୃତିର ଏକ ଅବଦାନ ହୋଇଥିବା ବେଳେ ଦେଖିବାକୁ ଯେତିକି ସୁନ୍ଦର ତାର ବସା ଅତ୍ୟନ୍ତ ଲୋଭନୀୟ ଅଟେ । ପକ୍ଷୀ ଜଗତରେ କୁଶଳୀ କାରିଗର ପକ୍ଷୀରୂପେ ପରିଚିତ ଏହି ପକ୍ଷୀ ବିଶେଷ କରି ବହୁଳ ମାତ୍ରାରେ ଦେଖିବାକୁ ମିଳୁଥିଲା । ଗାଁ ମାନଙ୍କରେ, ଗଛ ମାନଙ୍କରେ ମନଲୋଭା ବସା ଓ ତାର ସ୍ୱର କେତେ ଯେ ଆନନ୍ଦ ଦେଉଥିଲା । ବର୍ତମାନ ଆଧୁନିକ ଯୁଗରେ ଏହି ପକ୍ଷୀ ଓ ତାର ସ୍ୱର ଏକ ପ୍ରକାର ଲୋପ ପାଇବାରେ ବସିଛି । ଆଉ କେଉଁଠି ଦେଖିବାକୁ ମିଳୁନି । ପୂର୍ବେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ଏହି ପକ୍ଷୀ ମାଧ୍ୟମରେ ଜାଣି ହେଉଥିଲା ବୋଲି ବୃଦ୍ଧ ବୃଦ୍ଧା ମାନେ ଦୃଢୋକ୍ତିର ସହ ପ୍ରକାଶ କରନ୍ତି । ବର୍ତମାନ ଏହି ପକ୍ଷୀସହ ଅନ୍ୟାନ୍ୟ ପକ୍ଷୀ ଓ ଜୀବଜନ୍ତୁଙ୍କ ସଂଖ୍ୟା ଦୃ୍ରତ ଗତିରେ ହ୍ରାସ ପାଇବାରେ ବସିଛି । ଦିନ ଆସିବ ଏମାନଙ୍କ କେବଳ ଫଟୋକୁ ଦେଖି ଗୋଟିଏ ଏପରି ପକ୍ଷୀଥିଲା ବୋଲି ଆଗାମୀ ପିଢି ମାନେ ଯୁକ୍ତି ବାଢିବେ । ଏନେଇ ପରିବେଶ ବିତ୍ ମାନେ ମଧ୍ୟ ଉଦ୍ବେଗ ପ୍ରକାଶ କରୁଥିବା ବେଳେ ଏମାନଙ୍କ ସଂଖ୍ୟା ବୃଦ୍ଧି କ୍ଷେତ୍ରରେ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ସାରନଗରୀର କିଛି ବୁଦ୍ଧିଜିବୀ ପରାମର୍ଶ ଦେଇଛନ୍ତି ।

Related Posts

About The Author

Add Comment