ଚାନ୍ଦବାଲି, ୨୮/୧୦/୨୦ (ସନ୍ଧାନ ନିଉଜ) : ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଟପୁରୁ ପଞ୍ଚାୟତ ରେ କେତେକ ଗ୍ରାମ ଗୁଡ଼ିକ ରେ ମଧ୍ୟ ଆଜି ଯାଏ ପକ୍କା ରାସ୍ତା ଟିଏ ନାହିଁ। ସ୍ୱାଧୀନତାର ଦୀର୍ଘ ୭୩ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଗାଁ ଗୁଡିକୁ ନିତିଦିନିଆ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନାହିଁ । ପ୍ରତି ଗାଁ କୁ ପକ୍କା ରାସ୍ତା ଟିଏ ପାଇଁ ସରକାର ଙ୍କ ର ଯୋଜନା ଉପରେ ଯୋଜନା କାର୍ଯ୍ୟ କାରି ହେଉଥିବା ବେଳେ କିନ୍ତୁ ତାହା ଏଠାରେ ଫଳପ୍ରଦ ଶୂନ୍ୟ। ଯେମିତି ସରକାର ଙ୍କ ର ସାବତ ପୁତ୍ର ସାଜିଛନ୍ତି ଏହି ଏହି ଅଞ୍ଚଳ ବାସିନ୍ଦା ମାନେ। ଯେମିତି ଲାଗୁଛି ଭାରତ ମାନଚିତ୍ର ର ବାହାରେ ଏହି ଗ୍ରାମ ଗୁଡ଼ିକ। ଦିନ ଦ୍ବିପହରରେ ଯଦି ଚାଲିବା କିମ୍ବା ଗାଡ଼ି ଚଳାଇବା ସମୟରେ କେହି କ୍ଷଣିକ ପାଇଁ ଅନ୍ୟ ମନସ୍କ ହୋଇ ଯାଏ ତେବେ ଲକ୍ଷ ସ୍ଥଳ ରେ ପହଂଚିବା ଅସମ୍ଭବ ହୋଇପଡେ। ସବୁ ଠାରୁ ଗୁରୁତ୍ଵ ପୂର୍ଣ୍ଣ ର କଥା ହେଲା ବର୍ଷା ରାତିରେ ଏହି ରାସ୍ତାରେ ଚାଲିବା ଅସମ୍ଭବ ହୋଇ ପଡ଼ିଥାଏ।
ଘଟପୁର ପଞ୍ଚାୟତ ରେ ବାଟିଟଙ୍କି, ତରୁଖା ଏବଂ ଅନୁଗ୍ରହପୁର ଏହି ପରି କେତେଖଣ୍ଡ ଗ୍ରାମ ର ଗ୍ରାମବାସୀ ମାନଙ୍କ ପାଇଁ ପିଚୁ କିମ୍ବା ଙ୍କକ୍ରିଟ୍ ରାସ୍ତା ରେ ଯାତାୟାତ କରିବା ସ୍ଵପ୍ନ ହୋଇ ରହିଯାଇଛି।
ସୂଚନା ଅନୁଯାୟୀ ସାମନ୍ୟ ଅସରାଏ ବର୍ଷା ହେଲେ ଏହି କେତେ ଖଣ୍ଡ ଗାଁ ଲୋକେ ମାନେ ଯାତାୟତରେ ନାହିଁ ନଥିବା ସମସ୍ୟା ଭୋଗିଥାନ୍ତି ।ତେବେ ଏହି ରାସ୍ତାରେ କିଛି ଅଂଶରେ ପ୍ରତିବର୍ଷ ମୋରମ୍ ପଡ଼ିଥିଲେ ମଧ୍ୟ ସେହି ମୋରମ୍ ର ବର୍ଷା ଦିନ ଆସିଲେ କୌଣସି ଚିହ୍ନବର୍ଣ୍ଣ ବାରି ହୁଏନି । ଏଠାରେ ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ କଥା ହେଲା ବର୍ଷା ଦିନରେ କୌଣସି ରୋଗୀ ଙ୍କୁ ଆମ୍ବୁଲାନ୍ସ ସେବା ଅସମ୍ଭବ ହୋଇ ପଡ଼ୁଛି। ଗାଡିମୋଟର ଦୂର କଥା ପାଦରେ ଚାଲିକି ଯିବା ମଧ୍ୟ ସମ୍ଭବ ହୋନଥାଏ । ରାସ୍ତାର ଏପରି ଅବସ୍ଥା ଯୋଗୁ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଯିବା ଆସିବାରେ ସମସ୍ୟା ଭୋଗିଥାନ୍ତି ।ଏହି ଗ୍ରାମ ଗୁଡ଼ିକୁ ସଂଯୋଗ କରୁଥିବା ଦୁଇଟି ମୁଖ୍ୟ ରାସ୍ତା ମତୋ- ବାଟିଟଙ୍କି – ଖେରଙ୍ଗ ରାସ୍ତା ର ଅବସ୍ଥା ବର୍ଷ ବର୍ଷଧରି ଖରାପ ରହିଥିଲେ ମଧ୍ୟ ଆଜି ଯାଏ କଂକ୍ରିଟ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ । ପ୍ରତ୍ୟେକ ବର୍ଷ ନିର୍ବାଚନ ସମୟରେ ଏହି ରାସ୍ତା ର ଉନ୍ନତିକରଣ ନେଇ ଜନପ୍ରତିନିଧି ମାନେ ପ୍ରତିଶୃତି ଦେଇଥାନ୍ତି ମାତ୍ର ସତ କିନ୍ତୁ ତାହା କେଇ ମୁଠା ମୋରମ୍ ନାଲି ମାଟିରେ ରେ ପ୍ରତିଶ୍ରୁତି ପାଳନ ହୋଇଥାଏ। ଆଜି ଯାଏ କେହି ଜଣେ ହେଲେବି ନିଜର ପ୍ରତିଶୃତ ରକ୍ଷା କରି ଭଲ ପକ୍କା ରାସ୍ତା ଟିଏ କରି ନାହାଁନ୍ତି। ତେବେ ଏହି ଅଞ୍ଚଳ ଗୁଡିକ ବର୍ଷା ଓ ବନ୍ୟା ଅଞ୍ଚଳ ହୋଇଥିବାରୁ ରାସ୍ତା ର ଅବସ୍ଥା ବିଶେଷ ଭାବେ ଶୋଚନୀୟ ହୋଇ ପଡ଼ିଥାଏ ।
ଏନେଇ ବର୍ଷ ବର୍ଷଧରି ଗ୍ରାମବାସୀ ମାନେ ସ୍ଥାନୀୟ ପ୍ରଶାସନ ହେଉ କି ସରକାରୀ ଅଧିକାରୀ ମାନଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ ତାହା କେବଳ ପ୍ରତିଶ୍ରୁତି ରେ ସୀମିତ ରହିଯାଏ।
ସ୍ୱାଧୀନତା ପୂର୍ବରୁ ଆମେ ଯେପରି ଥିଲୁ ଆଜି ବି ସେପରି ଅବସ୍ଥାର ରହିଛୁ ବୋଲି ଗାଁର କେତେକ ବୟୋଜ୍ୟେଷ୍ଠ ବ୍ୟକ୍ତି କ୍ଷୋଭର ସହ କହିଛନ୍ତି ।
ପକ୍କା ରାସ୍ତା ସ୍ୱପ୍ନ ହୋଇ ପଡ଼ିଛି ଏହି ଅଞ୍ଚଳ ବାସୀ ଙ୍କ ପାଇଁ
|
October 28, 2020 |



