ଯାଜପୁର ସଦର,୩୦/୧୦/୨୧ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀର ପଂଚାୟତ ଗୁଡ଼ିକରେ ହବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଂ ବିଗୁଲ ବାଜିବାରୁ ବିଭିନ୍ନ ଦଳର ପ୍ରାର୍ଥି ଏବେଠାରୁ ସଜବାଜ ଦେଉଥିବା ଦେଖିବାକୁ ମିଳିଲାଣି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ବାକି ରହିଥିବା ବେଳେ, ବିଭିନ୍ନ ପଂଚାୟତରେ ସଂରକ୍ଷଣ ହୋଇଥିବାରୁ ପଂଚାୟତ ମାନଙ୍କରେ ନିର୍ବାଚନ ପାଇଁ ରଣ କୌଶଳ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଳାଣି । ଆଶାୟୀ ଥିବା ପ୍ରାର୍ôଥ ଏବଂ ପ୍ରାର୍ଥିନୀ ମାନଙ୍କର ନତୋ ମାନଙ୍କ ପାଖରେ ଭିଡ଼ ଜମିବା ଦେଖିବାକୁ ମିଳୁଚି । ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟ, କୋଟା ଅନୁଯାୟୀ ପଂଚାୟତ ମାନଙ୍କରେ ଆଶାୟୀ ପ୍ରାର୍ôଥ ପ୍ରାର୍ôଥନୀ ମାନେ ଚାତକ ପରି ଚାହିଁ ରହିଛନ୍ତି । ବିଭିନ୍ନ ପଂଚାୟତ ମାନଙ୍କରେ ସରକାରଙ୍କ ପକ୍ଷରୁ ନିର୍ବାଚନ ପାଇଁ ସଙ୍କେତ ଆସିଥିବା ବେଳେ, ଆଶାୟୀ ପ୍ରାର୍ôଥ ପ୍ରାର୍ôଥନୀ ମାନେ ଗୋଟିଏ ଗୋଟିଏ ପଂଚାୟତରେ ୧୫ ରୁ ୨୦ ଜଣ ପ୍ରାର୍ଥି ପ୍ରାର୍ଥିନୀ ଆଶାୟୀ ଥିବା ଦେଖିବାକୁ ମିଳିଚି । ଯାହାକି କୋଟା ଅନୁଯାୟୀ ପଂଚାୟତରେ ନିର୍ବାଚନ ଲାଗି ଅଙ୍କ କସୁ ଥିବା ଦେଖିବାକୁ ମିଳୁଚି । ବିଭିନ୍ନ ନିର୍ବାଚନ ମଣ୍ଢଳୀର ବିଧାୟକ ଓ ବିଧାୟୀକାଙ୍କ ଆର୍ଶୀବାଦ ପାଇଁ ପ୍ରାର୍ଥିମାନେ ଚାହିଁ ରହିଛନ୍ତି । ରସୁଲପୁର ବ୍ଲକର ୨୮ଟି ପଂଚାୟତ ରହିଥିବା ବେଳେ, ବରୀ ବ୍ଲକର ୪୭ଟି ପଂଚାୟତକୁ ନେଇ ନିର୍ବାଚନ ପାଇଁ ଲବି ଚାଲିଚି । କେଉଁ ଦଳର କେତେ ପ୍ରାର୍ଥି ପ୍ରାର୍ଥିନୀ ନିର୍ବାଚନ ଲଢ଼ିବାକୁ ଆଶାୟୀ ଥିବା ଦେଖିବାକୁ ମିଳିଚି । ଏବେଠାରୁ ପଂଚାୟତ ନିର୍ବାଚନ ପାଇଁ ରଥ ପ୍ରସ୍ଥୁତ କରାଯାଉଚି । ଏହି ରଥରେ କେଉଁ ଦଳର କିଏ ସାରଥି ହେବା ତାହା ଦେଖିବାକୁ ବାକୁ ରହିଲା ।
ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥି ସଜବାଜ
|
October 30, 2021 |



