ପଂଚାୟତରାଜ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Spread the love

ଭଦ୍ରକ ୭/୯ (ସନ୍ଧାନ ନିୟୁଜ/ରମେଶ ନାୟକ) ଓଡଶା ସରକାରଙ୍କ ପଂଚାୟତ ରାଜ, ପାନିୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଆଜି ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭଦ୍ରକ ଆସିଥିବା ବେଳେ ତାଙ୍କୁ ଭଣ୍ଡାରିପୋଖରୀ ବ୍ଲକ ବିଜେଡି ତରଫରୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଛି । ପ୍ରଥମେ ଆଖୁଆପଦା ନିକଟ ଯସୋଟିକିରି ଛକ ଠାରେ ବିଧାୟକ ଶ୍ରୀଯୁକ୍ତ ପଫୁଲ୍ଲ ସାମଲ ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀଙ୍କୁ ସ୍ୱାାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧାକର ନନ୍ଦ, ସ୍ଥାନିୟ ସରପଂଚ ବଦ୍ରିନାରାୟଣ ରାଉତ, ଶରତ ଚନ୍ଦ୍ର ଜେନା, ବନମାଳି ପୃଷ୍ଟି , ହରେକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀଙ୍କୁୁ ସ୍ୱାଗତ କରିଥିଲେ । ସେହିଭଳି ତହସିଲ ଛକ ଠାରେ ବିଧାୟକଙ୍କ ପ୍ରତିନିଧି ପ୍ରୟାସକାନ୍ତି ସାମଲ, ସତ୍ୟାନନ୍ଦ ମହାପାତ୍ର, ଲକ୍ଷ୍ମିଧର ସାହୁ , ଅନନ୍ତ ତ୍ରିପାଠି, ଦେବେନ୍ଦ୍ର ଦାଶ, ପ୍ରଭାକର ରାଉତ ପ୍ରମୁଖ ସ୍ୱାଗତ କରିଥିଲେ । ଅନୁରୁପ ଭାବେ ଚିଙ୍ଗୁଡିପୁର ଛକ ଠାରେ ପ୍ରାକ୍ତନ ପଂଚାୟତ ସମିତି ଅଧକ୍ଷ ପ୍ରଣିତକାନ୍ତି ସାମଲ , ବରିଷ୍ଠ ବିଜେଡି ନେତା ରଘୂନାଥ ପଣ୍ଡା, ଅମୁଲ୍ୟ ନାୟକ, ସୁସାନ୍ତ ରାଉତଙ୍କ ସମେତ ଶହ ଶହ କର୍ମୀ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଅର୍ପଣ କରିଥିଲେ

Related Posts

About The Author

Add Comment