ନୟାବଜାର ଛକ ମଦୁଆଙ୍କ ଖୋଲା ବାର; ଅସାଧୁ ପୁଲିସ କର୍ମଚାରୀ ଦେଉଛନ୍ତି ପ୍ରଶୟ !

Spread the love
ରାଉରକେଲା:୧୨/୧୨ (ସନ୍ଧାନ ନିଉଜ) (ସୁବୋଧ ନାୟକ) ସ୍ମାର୍ଟ ସିଟି ରାଉରକେଲାରେ ରହିଛି ୧୦ରୁ ଉର୍ଦ୍ଧ ଥାନା ଓ ଫାଣ୍ଡି । ବିଭିନ୍ନ ଛକରେଦିନରାତି ପୁଲିସ ମୁତୟନ କରାଯାଉଛି । ତଥାପି ରାଉରକେଲାର ବହୁ ଛକରେ ମଦୁଆଙ୍କ ଉତ୍ପାତ ଖୁଲମଖୁଲା ବୃଦ୍ଧି ପାଇବା ଅଂଚଳବାସୀଙ୍କୁ ଦହଗଂଜ କରୁଥିବା ଅଭିଯୋଗ ହେଉଛି । ରାଉରକେଲାର ପ୍ଲାଂଟ ସାଇଟ ଥାନା ଅଧିନରେ ଆସୁଛି ନୟାବଜାର ଅଂଚଳ । ନୟାବଜାର ଅଂଚଳରେ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ରାଉରକେଲା ଆଇନ ମହାବିଦ୍ୟାଳୟ,ହୋମିଓପାଥିକ କଲେଜ, ଗୁରୁ ନାନକ ପବ୍ଲିକ ସ୍କୁଲ ସମେତ ଅନ୍ୟ ସରକାରୀ ବିଦ୍ୟାଳୟ ରହିଛି । ସେହିପରି ବିଭିନ୍ନ ଘରୋଇ ତଥା ଜାତୀୟକରଣ ବ୍ୟାଙ୍କର ଷ୍ଟାଫ କଲୋନୀ ମଧ୍ୟ ଏହି ଅଂଚଳରେ ଅବସ୍ଥିତ । ବିଗତ କିଛି ମାସ ହେଲା ଏହି ଅଂଚଳରେ ବସବାସ କରୁଥିବା ବାସିନ୍ଦା ମାନେ ମଦ୍ୟପ ମାନଙ୍କ କାରନାମାରେ ନୟାନ୍ତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ପୁଲିସ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ ବୋଲି ନୟାବଜାର ଅଂଚଳର ଜଣେ ସମାଜସେବୀ ନିଜ ନାମ ଗୋପନ ରଖିବା ସର୍ତରେ ପ୍ରକାଶ କରିଛନ୍ତି । ନୟାବଜାର ପ୍ରବେଶ ଦ୍ୱାର ଫଟାପାଇପ ନିକଟରେ ମଦୁଆଙ୍କ ଦିନରାତି ଉତ୍ପାତ ଏହି ରାସ୍ତାଦେଇ ଯାଆସ କରୁଥିବା ସ୍କୁଲ, କଲେଜ ଛାତ୍ରଛାତ୍ରୀ, ବୟସ୍କ ବ୍ୟକ୍ତି, ମହିଳା, ମାନଙ୍କୁ ଅସହ୍ୟ କରୁଛି ବୋଲି ଅଭିଯୋଗ ହୋଇଛି । ଅପରପକ୍ଷରେ ଏହି ଛକ ଠାରୁ ଅନତିଦୂରରେ ଥିବା ଓଏସଏପି(ପୁଲିସ) ୪ର୍ଥ ବ୍ୟାଟିଲିୟାନର କିଛି ଅସାଧୁ ପୁଲିସ କର୍ମଚାରୀଙ୍କ ପ୍ରରୋଚନା ଓ ପ୍ରଶୟ ମଦୁଆ ମାନଙ୍କୁ ଏଠାରେ ଉତ୍ପାତ କରିବାର ଖୋରାକ ଯୋଗାଉଛି । ଏହି ଛକ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରୁ ମଦ ଆଣିବା ପରେ ମଦ୍ୟପ ମାନେ ନିକଟରେ ଥିବା ୨/୩ଟି ମାଂସ, ଅଣ୍ଡା, ଚାଖନା ଦୋକାନରୁ ଚାଖନା ଆଣି ରାସ୍ତା ପାଶ୍ୱର୍ରେ ବସି ମଦ୍ୟପାନ କରିବା ପ୍ରତିଦିନ ଦେଖିବାକୁ ମିଳୁଛି । ପୁଲିସ ପିିସିଆର ଭ୍ୟାନ ଅଥବା ପ୍ଲାଂଟ ସାଇଟ ଥାନା ଗାଡ଼ି ଏଇ ବାଟ ଦେଇ ଅତିକ୍ରମ କଲେ ମଧ୍ୟ ମଦୁଆ ମାନଙ୍କୁ ଧରିବା ପରିବର୍ତେ ଅନୁକମ୍ପା ପ୍ରଦର୍ଶନ କରିବା ବୁଦ୍ଧିଜିବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ ଟାଙ୍ଗରପାଲୀ ଥାନା ନିକଟରେ ମଦବେପାରୀ ଓ ପୁଲିସର ମଧୁଚନ୍ଦ୍ରିକାରେ ଅବାଧ ବିଦେଶୀ ମଦ ବିକ୍ରୀ ୨/୩ ଜାଗାରେ କରାଯାଉଥିବା ବେଳେ ମଦୁଆ ପାଇଁ ଏହି ଅଂଚଳ ଭୂସ୍ୱର୍ଗ ପାଲଟିଛି । ସୁତଂରା, ରାଉରକେଲା ପୁଲିସ ଆରକ୍ଷୀ ଅଧିକ୍ଷକ ଏହି ଘଟଣା ପ୍ରତି ଦୃଷ୍ଟି ଦେଇ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।

Related Posts

About The Author

Add Comment