ନୟାଗଡ଼ରେ ୬୯.୪%, ଖଣ୍ଡପଡ଼ାରେ ୭୪.୫୦% ଓ ରଣପୁରରେ ୬୭% ମତଦାନ

Spread the love

ନୟାଗଡ଼, ୨୪/୪ (ସନ୍ଧାନ ନିୟୁଜ) : ନୟାଗଡ଼ ଜିଲ୍ଲାର ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ରଣପୁର-୧୧୯, ଖଣ୍ଡପଡ଼ା ୧୨୦ ଓ ନୟାଗଡ଼ -୧୨୨ର ନିର୍ବାଚନ ଅନୁଷ୍ଠିତ ହୋଇଥିଲାବେଳେ ପ୍ରାର୍ଥୀମାନଙ୍କର ଭାଗ୍ୟ ଇଭିଏମ୍ ଭିତରେ ମଙ୍ଗଳବାରେ ସିଲ୍ ହୋଇଯାଇଛି। ରଣପୁର ନିର୍ବାଚନ ମଣ୍ଡଳୀରେ ସରକାରୀଭାବେ ରାତି ୮ଟା ୩୦ସୁଦ୍ଧା ୬୭ ପ୍ରତିଶତ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ୭୪.୫୦ ଓ ନୟାଗଡ଼ରେ ୬୯.୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ତେବେ କେତେକ ଜାଗାରେ କିଛି ମାତ୍ରାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲାବେଲେ ମୋଟାମୋଟି ଭାବରେ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଥିବା ଜଣାପଡ଼ିଛି। ତେବେ ଏହି ୩ଟି ନିର୍ବାଚନ ମଣ୍ଡଳୀରେ ବିଜେଡି ବିଜେପି ମଧ୍ୟରେ କଡ଼ା ଟକ୍କ ଲାଗିଥିବାବେଳେ ନିର୍ବାଚନ ମଇଦାନରେ କଂଗ୍ରେସ ପ୍ରାର୍ଥୀମାନେ ପଛରେ ପଡ଼ିଯାଇଥିବା ଦେଖାଦେଇଛି। ନୟାଗଡ଼ରେ ବିଜେଡି ପ୍ରାର୍ଥୀ ଡ ଅରୁଣ କୁମାର ସାହୁ ଓ ବିଜେପି ପ୍ରାର୍ଥୀ ଇରାନୀ ରାୟ, ଖଣ୍ଡପଡ଼ାରେ ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂ ଓ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଓ ବିଜେପି ପ୍ରାର୍ଥୀ ସୁରମା ପାଢୀଙ୍କ ମଧ୍ୟରେ କଡ଼ା ଟକ୍କର ଲାଗିଥିବା ଦେଖାଦେଇଥିଲା।

Related Posts

About The Author

Add Comment