ନୟାଗଡ ଜିଲ୍ଲାପାଳ ପୋମା ଟୁଡୁଙ୍କ ଜନ ଶୁଣାଣି

Spread the love

ନୟାଗଡ,୧୩/୧/୨୦୨୦ (ସନ୍ଧାନ ନିଉଜ) -ନୟାଗଡ ଜିଲ୍ଲାପାଳ ପୋମା ଟୁଡୁଙ୍କର ଜନ ଶୁଣାଣି ରଣପୁର ବ୍ଲକ୍‌ରେ ଜାନୁୟାରୀ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ନୟାଗଡ ଆରକ୍ଷୀ ଅଧିକ୍ଷକ ଶଶୀଭୁଷଣ ଶତପଥି, ଉପ-ଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ରଣପୁର ବିଡିଓ ରଶ୍ମିରେଖା ଦାସ, ରଣପୁର ତହସିଲ୍‌ଦାର ସୁଶାନ୍ତ କୁମାର ପତି, ସେସୁ ଏସ.ଡି.ଓ ବିଭୁତି ପ୍ରସାଦ ହରିଚନ୍ଦନଙ୍କ ସମେତ ବ୍ଲକ୍ ର  ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ବ୍ୟକ୍ତିଗତ ଭାବେ ୧୨୯ଟି ଅଭିଯୋଗ, ଗ୍ରାମ୍ୟ ସମସ୍ୟାକୁ ନେଇ ୭ ଗୋଟି ଅଭିଯୋଗ, ମୁଖ୍ୟମନ୍ତ୍ରୀ ସହାୟତା ପାଇଁ ୬ ଗୋଟି ଅଭିଯୋଗ, ରେଡ୍ କ୍ରସ୍ ସହାୟତା ପାଇଁ ୨ଟି ଅଭିଯୋଗ ଏହିପରି ଭାବରେ ସମୁଦାୟ ୧୪୪ଟି ଅଭିଯୋଗ ହୋଇଥିଲା । ଜିଲ୍ଲାପାଳ ପୋମାଟୁଡୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଅଭିଯୋଗ କରିଥିବା ୬ ଜଣଙ୍କୁ ୩୫ ହଜାର ଟଙ୍କା, ରେଡ୍ କ୍ରସ୍ ପାଣ୍ଠିରୁ ସହାୟତା ପାଇଁ ଆସିଥିବା ୨ଟି ଅଭିଯୋଗରେ ତୁରନ୍ତ ୨୦ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଏଥିସହ ସମୁଦାୟ ୮୯ଟି ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିଲା । ଯାହା ଫଳରେ ଅଭିଯୋଗ କରିବାକୁ ଆସିଥିବା ଲୋକମାନଙ୍କ ମନରେ ଜିଲ୍ଲା ପ୍ରଶାସନ ପ୍ରତି ଆସ୍ଥା ପ୍ରକଟ ହୋଇଥିବା ଜଣା ପଡିଛି । ଅପରପକ୍ଷେ ଗୋଟେପଟେ ଜିଲ୍ଲାପାଳଙ୍କ ଅଭିଯୋଗ ଚାଲିଥିବା ବେଳେ କନ୍ଧ ନୟାଗଡ ଗ୍ରାମ ପଂଚାୟତ ସମିତି ସଭ୍ୟ ତଥା ରଣପୁର ବ୍ଲକ୍ ଉପାଧକ୍ଷ ପ୍ରଶାନ୍ତ କୁମାର ନାୟକ ତାଙ୍କ ପଂଚାୟତର ବିିଭିନ୍ନ ସମସ୍ୟାକୁ ନେଇ କିଛି ମହିଳା ପୁରୁଷଙ୍କ ସହ ବ୍ଲକ୍ ଅଫିସ୍ ସାମ୍ନାରେ ଧାରଣାରେ ବସିଥିବା ଦେଖା ଦେଇଥିଲା । ଉପ-ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଆସି ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ହଟିଥିଲା ।

Related Posts

About The Author

Add Comment