ଯାଜପୁର, ୧୭/୦୮ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ପ୍ରଶାସନ ଜରୀ ପଂଚାୟତରେ ବିଭିନ୍ନ ଦୁର୍ନିିତ ହୋଇଥିବା ନେଇ ପଂଚାୟତର ତିନିଜଣ କର୍ମଚାରୀଙ୍କୁ ନିଲମ୍ବତ କରିଥିବା ବେଳେ ଏହାର ମୂଳ ରାଜନେତା ତଥା ପଂଚାୟତର ସରପଂଚଙ୍କୁ ଏପ୍ରର୍ଯ୍ୟନ୍ତ ନିଲମ୍ବିତ କରିନଥିବା ଯୋଗୁ ବୁଦ୍ଧିଜିବୀ ମହଲରେ ଦାବି ହେବାରେ ଲାଗିଛି । ସମସ୍ତ ଜନସାଧରଣ ଜାଣନ୍ତି ପଂଚାୟତରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟର ସରପଂଚ ନେତୃତ୍ୱରେ ହେଉଥିବା ବେଳେ ଅନେକ କୁଜିନେତା ଏହାକୁ ରୁପରେଖ ଦିଅନ୍ତି । ଏମାନେ ଏହି ସାଧାରଣ କର୍ମଚାରୀଙ୍କୁ ମଣ୍ଡକୁ ଜାମିନରେ ରଖି ନିଜର ଅର୍ଥନୈତିକ ଲାଳସା ପୂଣ୍ଣ କରିବା ସହିତ ବଡଲୋକ ହୋଇଥାନ୍ତି । ମାତ୍ର ଅସୁବିଧା ହେଲେ ସରରଣ ଚଳିଆ କର୍ମଚାରୀ ମାନେ ବଳି ପଡନ୍ତି । ଯାହାକୁ ନେଇ ସେମାନଙ୍କ ଏବଂ ସେମାନଙ୍କ ପରିବାର ମାନସିକ ଚାପରେ ଶିକାର ହୋଇଥାନ୍ତି । ତେଣୁ ତୁରନ୍ତ ଜରୀ ପଂଚାୟତର ସରପଂଚକୁ ନିଲମ୍ବିତ ଏବଂ କାର୍ଯ୍ୟକୁ ରୁପରେଖ ଦେଉଥିବା ସମସ୍ତ କୁଜିନେତାଙ୍କୁ ଗିରଫ କରିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି ।
ନ୍ୟାୟ ସମସ୍ତଙ୍କ ପାଇଁ ସମାନ ହେଉ, କେବଳ ତଳିଆ କର୍ମର୍ଚାରୀ କାହିଁକି; ଜରୀ ସରପଂଚଙ୍କୁ ନିମ୍ବଲନ ଏବଂ ଗିରଫ ଦାବି
|
August 17, 2021 |



