ଯାଜପୁର ସଦର, ୧୬ା୦୨(ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଚି ଘରପୋଡ଼ି ଦେଇଥିବା ଅଭିଯୋଗକାରୀଙ୍କ ବିରୋଧରେ ଥାନାରେ ଏତଲା କରାଯିବା ପରେ ଏହା ମଧ୍ୟରେ ୨୫ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତବାନ୍ଧି ବସିଥିବା ଦେଖିବାକୁ ମିଳିଚି । ଏହିପିର ଘଟଣା ଦେଖିବାକୁ ମିଳିଚି । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ହସନାବାଦ ଚକବଡ଼ଘୁମୁରୀର ରବିନ୍ଦ୍ର ସାହୁଙ୍କ ପତ୍ନୀ ରେଖା ସାହୁ ବଡ଼ଚଣା ଥାନାରେ ଅଭିଯୋଗ କରିଥିବା ବେଳେ, ବଡ଼ଚଣା ଥାନା ପୋଲିସ ପକ୍ଷରୁ ରେଖା ନ୍ୟାୟ ନପାଇ ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଲଙ୍କୁ ଭେଟିବା ସହିତ ନ୍ୟାୟ ପାଇଁ ଦରଖାସ୍ତ ଏସପିଙ୍କୁ ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ରେଖାଙ୍କ ଦେଢ଼ଶୁର ବଳରାମ ସାହୁ, ସାନ ଭାଇ ରବିନ୍ଦ୍ର ଓ ତାଙ୍କ ପତ୍ନୀ ରେଖାକୁ ଚଞ୍ଚକତା କରି ନିଜର ପୈତୃକ ସମ୍ପତ୍ତିରୁ ବେଦଖଲ କରିବା ପରେ ସେମାନେ ବଡ଼ଘୁମୁରୀ ମୌଜା ପାହାଡ଼ ନିକଟରେ ସରକାରୀ ଜାଗାରେ ଘର ତିଆରି କରି ପରିବାର ସହିତ ରହୁଥିବା ବେଳେ, ଭାଗ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଦେଖିବାକୁ ମିଳିିଚି । ରବିନ୍ଦ୍ରର ବଡ଼ଭାଇ ବଳରାମ ନିଜ ବାପାଙ୍କ ସମ୍ପତ୍ତରୁ ଭାଗ ନଦେଇ ବେଦଖଲ କରିଥିବା ଘଟଣାକୁ ନେଇ ରକା ସହୁ ଥାନାରେ ଅଭିଯୋଗ କରିଥିଲେ । ବଳରାମ ବିଭିନ୍ନ ମିଥ୍ୟା ମାମଲାରେ ରବିନ୍ଦ୍ରକୁ ପକାଇ ହଇରାଣ କରିବା ସହିତ ରବିନ୍ଦ୍ର ଫସଲ କରିଥିବାରୁ ନିଆଁ ଲଗାଇ ଦେବାପାଇଁ ଚେଷ୍ଟା କରିଥିଲେ । ରେଖାଙ୍କ ପରିବାର ଫସଲକୁ ରକ୍ଷା କରିବା ସହିତ ଫସଲକୁ ଜଗିରହୁଥିଲେ । ଗତ ତା ୨୧ ତାରିଖରେ ସେମାନେ ବିଲରେ ଥିବା ବେଳେ, ବଳରାମ କେତେକ ସହଯୋଗିଙ୍କୁ ଧରି ବିଲରେ ପହଁଞ୍ ରବିନ୍ଦ୍ର ଓ ତାଙ୍କ ପତ୍ନିକୁ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବାକୁ ଯାଇ ରେଖା ଏବଂ ତାଙ୍କ ସ୍ୱାମୀ ସେଠାରୁ ପଳାଇଥିଲେ । ରବିନ୍ଦ୍ର ଅନାବାଦି ଜମିରେ ତିଆରି କରିଥିବା ଛପର ଘରେ ବଳରାମ ନିଆଁ ଲଗାଇ ଦେଇଥିଲେ । ଏନେଇ ରବିନ୍ଦ୍ର ତାଙ୍କ ପତ୍ନୀ ରେଖା ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ । ରେଖାଙ୍କ ଅଭିଯୋଗକୁ ଭିତ୍ତିକରି ୫୨/୨୪ ରେ ମାମଲା ରୁଜୁ ହୋଇଥିଲା । ବଡ଼ଚଣା ଥାନା ପୋଲିସ ଏକ ମାମଲା ରୁଜୁକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ରେଖା ଏବଂ ତାଙ୍କ ସ୍ୱାମୀ ରବିନ୍ଦ୍ର ଯାଜପୁର ଜିଲ୍ଲା ଏସପିଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିଲେ । ବଳରାମଙ୍କ ସହଯୋଗୀ ଅକ୍ଷୟ ବେଜ, ବାପୁନା ବେଜ, ସିପୁନା ବେଜ, କାମନୀ ରାଉତ, ରାମଚନ୍ଦ୍ର ରାଉତ, ବଳରାମ ସାହୁ, ମୋହନା ସାହୁ, ଦୁଲ୍ଲଭ ବଳ, ଅଜୟ ରାଉତ ଏମାନଙ୍କ ବିରୋଧରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନହେବାରୁ ଗତକାଲି ଯାଜପୁର ଜିଲ୍ଲା ଏସପିଙ୍କୁ ସାକ୍ଷାତ କରି ରବିନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ରେଖା ଅଭିଯୋଗ କରିଛନ୍ତି ।
ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ତ ହେଲେ ଗିରବ ପରିବାର
|
February 18, 2024 |