ନ୍ୟାୟ ନ ମିଳିଲେ ଅନଶନରେ ବସିବେ ବିପିନଙ୍କ ପରିବାର

Spread the love

ବାରିପଦା, ୨୮/୦୭/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) ଡାକ୍ତରଙ୍କ ଭୁଲ ଭଞ୍ଜକଶନ ଯୋଗୁଁ ବାଲେଶ୍ବର ଜିଲ୍ଲା ଖାଇରା ଥାନା ବଳଦା ଗ୍ରାମର ବିପିନ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ଦେଢ଼ ମାସରୁ ଉର୍ଦ୍ଧ୍ବ ବଢିଯାଇଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଖଇରା ପୋଲିସ କେବଳ ଏକ ଅପମୃତ୍ୟୁ ମାମଲା (ନଂ ୮/୨୦) ରୁଜୁ କରି ଚୁପ୍ ବସିଛି। ସେପଟେ ମୃତକଙ୍କ ପତ୍ନୀ ପ୍ରଭାତୀ ଓ ଭାଇ ମଧୂସୁଦନ ନ୍ୟାୟ ପାଇଁ ବୁଲି ବୁଲି ନୟାନ୍ତ ହେଲେଣି। ନିକଟରେ ସେମାନେ ମାନବାଧିକାର କମିଶନଙ୍କ ଦ୍ରାରସ୍ତ ହେବାପରେ ମାନବଅଧିକାରଫ୍ରଣ୍ଟ ଜରିଆରେ ଖୋଳତାଳ ଆରମ୍ଭ ହୋଇଛି। ତେବେ ପୋଲିସର ନୀରବତା, ଅସହାୟ ବିପିନଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି ସମ୍ପର୍କରେ ଶୁକ୍ରବାର ମୁହଁ ଖୋଲିଛନ୍ତି ବଡ଼ଭାଇମଧୂସୁଦନ। ମାନବାଧିକାର ପ୍ରଣ୍ଟର ରାଜ୍ୟ ସଂଯୋଜକ ରମେଶ ଭାରତୀ ଖଇରା ସିମୁଳିଆର ସଂଯୋଜକ କାହ୍ନୁ ପାକଳ ରେମୁଣା ବ୍ଲକ ଆବାହିକା ଭିରତୀ ପଣ୍ଡା,ଜଳଦା ପଞ୍ଚାୟତ ସମିତିସଭ୍ୟ ସୁଲୋଚନା ଦାସଙ୍କ ଉପସ୍ଥିତିରେ ଏକ ଖବରବାତା ସମ୍ମିଳନୀରେ ଘଟଣାର ବିବରଣୀ ପ୍ରଦାନ କରାଯାଇଛି। ମେ ୨୯ ତାରିଖରେ ବିପିନ ବମ୍ବେରୁ ଫେରି ଜଳଦା ନୋଡାଲ ସ୍କୁଲ୍ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ଜୁନ ୪ତାରିଖରେ ବିପିନଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଭାଇ ମଧୂସୁଦନ ପ୍ରଥମେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସ ଆସିବାକୁ ମନା କରିବା ପରେ ସଙ୍ଗରୋଧ କେନ୍ଦ୍ର ବୋର୍ଡରେ ଥିବା ନମ୍ବରରେ ସେ ଫୋନ କରି ନିରାଶ ହୋଇଥିଲେ।ଶେଷରେ ଏକ ବାଇକ୍ ଯୋଗେ ବିପିନଙ୍କୁ ସୋର ମେଡ଼ିକାଲକୁ ନେବା ପରେ ସେଦିନ ରାତିରେ ଦାୟୀତ୍ୱରେ ଥିବା ଡ଼ାକ୍ତର ତରବରିଆ ଭାବେ ଏକ ଇଞ୍ଜେକ୍ସନ ଦେଇଥିଲେ। ଡାକ୍ତରଖାନାରେ ବିପିନ ବସିଥିବା ଚୈକି ଉପରେ ହିଁ ଆଖି ବୁଜିଦେଇଥିଲେ।ଡାକ୍ତରଙ୍କ ଏଭଳି ଅବହେଳା ସମ୍ପର୍କରେ କଭୟ ସୋର ଓ ଖଇରା ଥାନାରେ ପରିବାର ଲୋକ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ପୋଲିସ ଖାମଖିଆଲି ଭାବେ ନେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ଏ ସଂପର୍କରେ ଖଇରା ଥାନା ଆଇଆଇସି ସୁବ୍ରତ ବେହେରାଙ୍କ ମତାମତ ନେବାରେ ଅପମୃତ୍ୟୁ ମାମଲା ରୁଜୁ ହେବା ପରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ କୈାଣସି ଲିଖିତ ଅଭିଯୋଗ ତାଙ୍କ ନିକଟକୁ ଆସିନାହିଁ ବୋଲି କହିଛନ୍ତି।

Related Posts

About The Author

Add Comment