ନେଳିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ନିଲମ୍ବିତ

Spread the love

ବଡଚଣା, ୨/୭(ସନ୍ଧାନ ନିଉଜ) : ବଡଚଣା ବ୍ଲକ ଶିକ୍ଷାମଣ୍ଡଳ ଅଧିନସ୍ଥ ନେଳିଆ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜିଲା ଶିକ୍ଷାଧିକାରୀଙ୍କ ନିଦେ୍ର୍ଧଶକ୍ରମେ ସୋମବାର ବ୍ଲକ ଶିକ୍ଷାଧିକାରୀ ସସ୍ମିତା ସାହୁ ସରକାରୀ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାଯାଇଛି । ଅନେକ ସମୟରେ ବିଦ୍ୟାଳୟରେ ଅନୁପସ୍ଥିତ ରହିବା ସହିତ ବିଳମ୍ବରେ ବିଦ୍ୟାଳୟକୁ ଆସିବା ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଘୋର ଅସୁବିଧା ହେବା କାରଣରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ଗତ ମାସ ୨୫ତାରିଖରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସାହୁ ହଠାତ ନେଳିଆ ବିଦ୍ୟାଳୟରେ ପହଞ୍ଚିଥିଲେ, ସେତେବେଳେ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଉପସ୍ଥିତରେ ସେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସମସ୍ତ କାଗଜପତ୍ର ମାଗିଥିଲେ । କାଗଜପତ୍ର ମାଗିବା ସମୟରେ ଶିକ୍ଷୟତ୍ରୀ ଜଣକ ମତେ ନଜଣାଇ ଆପଣ ସ୍କୁଲକୁ କିପରି ଆସିଲେ ବୋଲି ଓଲଟା ପ୍ରଶ୍ନ କରିଥିଲେ । ଶିକ୍ଷୟତ୍ରୀଙ୍କ ପ୍ରଶ୍ନର କୌଣସି ଉତ୍ତର ନଦେଇ ଅଧିକାରୀକୁ ଦିଆଯାଇଥିବା କାଗଜପତ୍ର ତନଖି କରିଥିଲେ । ବିଦ୍ୟାଳୟ ପରି·ଳନା କାଗଜପତ୍ର ଭୁଲଥିବାରୁ ଏହାକୁ ତୁରନ୍ତ ଠିକ କରିବା ପାଇଁ ଶିକ୍ଷାଧିକାରୀ କହିବା ସହିତ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିିଥିଲେ । ଦିନକ ପରେ ଶିକ୍ଷୟତ୍ରୀ ଶ୍ରୀମତୀ ସବିତା ମହାନ୍ତି କାରଣଦର୍ଶାଅ ନୋଟିସ ପଠାଇଥିଲେ, ପଠାଇଥିବା ନୋଟିସର ଭତ୍ତରରେ ବିଇଓଙ୍କ ପ୍ରଶ୍ନରକୌଣସି ଉତ୍ତର ନମିଳିବାରୁ ଶିକ୍ଷାଧିକାରୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

Related Posts

About The Author

Add Comment