ବାରିପଦା, ୨୩.୦୧.୨୦୨୧( ସନ୍ଧାନ ନିଉଜ୍):- ୧୮୯୭ ମସିହା ଜାନୁଆରି ୨୩ ତାରିଖରେ ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ ନବମ ସନ୍ତାନ ରୂପେ ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକ ଠାରେ ଜନ୍ମ ହୋଇଥିଲେ। ତାଙ୍କ ବାଲ୍ୟ ଜୀବନର ପ୍ରଥମ ଷୋହଳ ବର୍ଷ ଓଡ଼ିଶାରେ କଟିଥିଲା । ସେ ରେଭେନ୍ସା କଲେଜିଏଟ୍ ସ୍କୁଲରେ ଅଧ୍ୟୟନ କରି ମାଟ୍ରିକ୍ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ଏହା ପରେ କଲିକତା ପ୍ରେସିଡେନ୍ସି କଲେଜରେ ଯୋଗ ଦେଇଥିଲେ କିନ୍ତୁ ସେଠାରେ ପ୍ରଫେସର ଓଟେନଙ୍କ ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇ ତାଙ୍କୁ ଦୁର୍ବବହାର କରିବା ଯୋଗୁ ସୁଭାଷ ବହିଷ୍କୃତ ହୋଇଥିଲେ । ପରେ ସ୍କୁଟିସ୍ ଚର୍ଚ୍ଚ କଲେଜରୁ ଦର୍ଶନଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପିତାଙ୍କ ନିର୍ଦ୍ଦେଶକ୍ରମେ ଆଇସିଏସ୍ ପାଇଁ ପ୍ରସ୍ତୁତି କରି ପରୀକ୍ଷାରେ ଚତୁର୍ଥ ହେଲେ। କିନ୍ତୁ ଅତ୍ୟାଚାରୀ ବ୍ରିଟିସ୍ ସରକାର ପାଇଁ କାର୍ଯ୍ୟ କରିବେ ନାହିଁ କହି ଇସ୍ତଫା ଦେଇଥିଲେ। ସେ ୧୯୩୮ରେ ଜାତୀୟ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ। କଂଗ୍ରେସର ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହିତ ଅସହମତି ଯୋଗୁ ୧୯୩୯ରେ କଂଗ୍ରେସ ଛାଡ଼ିଥିଲେ । ୧୯୩୯ରେ ସେ ଫରୱାର୍ଡ ବ୍ଲକ୍ ନାମକ ଏକ ନୂତନ ଦଳ ଗଠନ କରିଥିଲେ । ସଶସ୍ତ୍ର ଆନ୍ଦୋଳନ ଦ୍ଵାରା ହିଁ ଭାରତକୁ ବ୍ରିଟିସ୍ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ଵାସ କରୁଥିଲେ । ସ୍ଵାଧୀନତା ସଂଗ୍ରାମରେ ସଂପୃକ୍ତି ଯୋଗୁଁ ୧୯୪୦ରେ ତାଙ୍କୁ ଗୃହବନ୍ଦୀ ରଖାଯାଇଥିଲା। ତେବେ ନେତାଜୀ କୌଶଳକ୍ରମେ ଖସିଯିବାରେ ସଫଳ ହୋଇଥିଲେ । ୧୯୪୧ରେ ଯାଇ ପହଞ୍ଚିଥିଲେ ବଲିରେ ହିଟ୍ଲର୍ଙ୍କ ସହ ତାଙ୍କର ଆଲୋଚନା ଫଳପ୍ରଦ ହୋଇପାରି ନ ଥିଲା। ସେଠାରୁ ଆଶାନୁରୂପ ସାହାଯ୍ୟ ନ ମିଳିବାରୁ ନେତାଜୀ ଏକ ବୁଡ଼ାଜାହାଜରେ ଜାପାନ ଆସିଥିଲେ। ସେ ସମୟରେ ଜାପାନ ଏବଂ ଜର୍ମାନିରେ ବନ୍ଦୀ ଥିଲେ ପ୍ରାୟ ପଞ୍ଚଚାଳିଶ ହଜାର ଭାରତୀୟ ସୈନ୍ୟ ଇଂରେଜ ସେହି ଯୁଦ୍ଧବନ୍ଦୀଙ୍କୁ ନେଇ ସିଙ୍ଗାପୋରେ ସେ ଗଢ଼ିଥିଲେ ‘ଆଜାଦ ହିନ୍ଦ ଖରସଲ ଫୌଜ୍ ୧୯୪୩ ଅକ୍ଟୋବରରେ ସେ ଆଜାଦ ହିନ୍ଦ ସରକାର ଗଠନ ଅଞ୍ଚଳର କରିଥିଲେ, ଯାହାକୁ ଚବିଶଟି ରାଷ୍ଟ୍ର ସ୍ୱୀକୃତି ଦେଇଥିଲେ । ଜାପାନ ସରକାର ନିଜ ଅକ୍ତିଆରରେ ରଖିଥିବା ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜକୁ ଏହି ସରକାରଙ୍କୁ ପ୍ରଦାନ କରିଥିଲା। ନେତାଜୀ ସେଠାରେ ତ୍ରିରଙ୍ଗା ଉତ୍ତୋଳନ କରି ସେ ଦୁଇଟିକୁ ‘ସହିଦ‘ ଏବଂ ‘ସ୍ବରାଜ‘ ଭାବେ ନାମିତ କରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ନେତାଜୀଙ୍କ ଭାରତ ଆକ୍ରମଣ ବର୍ମା ଦେଇ ଆଜାଦ ହିନ୍ଦ ସେନା ପ୍ରଥମେ ନାଗାଲାଣ୍ଡର କୋହିମା ଓ ପରେ ମଣିପୁରର ଅଧିକାର କରିଥିଲା । ତେବେ ନେତାଜୀଙ୍କ ଭାରତ ଅଭିଯାନ ଆଉ ଅଗ୍ରଗତି କରିପାରି ନ ଥିଲା। ମିତ୍ରଶକ୍ତି ଦ୍ଵାରା ଜାପାନ ଓ ଜର୍ମାନି ପରାଜିତ ହେଲେ ପରିଣାମ ସ୍ବରୂପ ନେତାଜୀଙ୍କର ଆଜାଦ ହିନ୍ଦ ସେନାର ମଧ୍ୟ ପତନ ଘଟିଥିଲା । ୧୮ ଅଗଷ୍ଟ ୧୯୪୫ରେ ଜାପାନ ଅଧୀନସ୍ଥ ତାଇୱାନରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ଜୀବନ ଯାଇଥିଲା ବୋଲି ଜାପାନ ସରକାର ଘୋଷଣା କରିଥିଲେ ।
ନେତାଜୀ ସୁଭାଷ ଚନ୍ଦ୍ର ବୋଷ
|
January 23, 2021 |



