ଜଗତସିଂହପୁର, ୨୯/୦୫/୨୦ (ସନ୍ଧାନ ନିଉଜ) : ଆଜି ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ନେତାଜୀ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଜଗତସିଂହପୁର ଥାନାରେ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ମାନପତ୍ର ଓ ଉତ୍ତରୀୟ ସହିତ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଅଛି । ସଂଗଠନ ତରଫରୁ କୁହାଯାଇଛି ପୋଲିସ ବାହିନୀ ଆମର ଜାଗ୍ରତ ପ୍ରହରୀ,ପରିବାର କୁ ପଛରେ ପକାଇ ରାଜ୍ୟ ଓ ଦେଶର ସେବା କରୁଛନ୍ତି ଆମେ ତାଙ୍କୁ ସମ୍ବର୍ଦ୍ଧିତ କରି ଗର୍ବ ଅନୁଭବ କରୁଛୁ । ନେତାଜୀ ଫାଉଣ୍ଡେସନ ସଭାପତି ଅବନୀକାନ୍ତ ଦାଶ, କାର୍ଯ୍ୟକାରୀ ସଭାପତି ସୈାମ୍ୟଶ୍ଵର ଆଚାର୍ଯ୍ୟ(ରୁଦ୍ର),ସମ୍ପାଦକ ଅମୀୟ କୁମାର ପଣ୍ଡା,ଉପ ସଭାପତି କାଳନ୍ଦୀ ଦାଶ,ସହ ସମ୍ପାଦକ ରବିନାରାୟଣ କର, ଯୁଗ୍ମ ସମ୍ପାଦକ
ସୌଭାଗ୍ୟ ଦାଶ,କୋଷାଧକ୍ଷ ସାରଦା ପ୍ରସନ୍ନ ମିଶ୍ର,ଚନ୍ଦନ ମିଶ୍ର,ଆଶୀର୍ବାଦ ତ୍ରିପାଠୀ,ପ୍ରତ୍ୟୁଷ ଦାଶ,ପ୍ରଭୂପ୍ରସାଦ ଦାଶ ପ୍ରମୁଖ କାର୍ଯକ୍ରମ କୁ ପରିଚାଳନା କରିଥିଲେ ।ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସମସ୍ତ ସଭ୍ୟମାନଙ୍କୁ ଧନ୍ୟବାଦ ଦେଇ କରୋନା ପାଇଁ କିଭଳି ଭାବରେ ଜନସାଧାରଣଙ୍କୁ ସଚେତନତା କରାଯିବ,ସେ ଦିଗରେ ଧ୍ୟାନ ଦେବା ପାଇଁ ଉପଦେଶ ଦେଇଥିଲେ ।



