ନେତାଜୀ ଜୟନ୍ତୀରେ “ନେତାଜୀଙ୍କ ସ୍ୱପ୍ନ ଓ ଆଜିର ଭାରତ” ବକୃତା ଅନୁଷ୍ଠିତ

Spread the love

ଯାଜପୁର, (ସନ୍ଧାନ ନ୍ୟୟୁଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଜଗତ ସାହୁ ପାଟଣା ଗ୍ରାମରେ ସ୍ୱାଧୀନତା ସଂଗ୍ରାମୀ ସ୍ୱୃତି ସଂସଦ ପକ୍ଷରୁ ନେତାଜୀଙ୍କ ୧୨୮ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପେନ୍ଦ୍ରନାଥ ଶାରଦା ମହାବିଦ୍ୟାଳୟର ପୂୁର୍ବତନ ଅଧ୍ୟକ୍ଷ ବେଣୁଧର ଶରଣ, ସମ୍ମାନୀତ ଅତିଥି ଭାବେ ଧର୍ମଶାଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ରାଧାଶ୍ୟମ ସାହୁ, ମୁଖ୍ୟବକ୍ତା ଭାବେ ସର୍ବ ଭାରତୀୟ ଛାତ୍ର ସଂଘଠନର ପୂର୍ବତନ ସଭାପତି ଗଣେଶ କୁମାର ତ୍ରୀପାଠୀ ପ୍ରମୁଖ ଯୋଗଦେଇ ନେତାଜୀଙ୍କ ଦେଶପ୍ରୀତି ଏବଂ ତାଙ୍କର ବହୁମୁଖୀ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ନେତାଜୀ ଭାରତକୁ ନେଇ ଦେଖିଥିବା ସ୍ୱପ୍ନ ଓ ଭାରତର ଅଗ୍ରଗତି ସମ୍ପର୍କରେ ଅତିଥି ମାନେ ମତ ରଖିଥିଲେ । ଏହି ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତାଜୀଙ୍କ ସ୍ୱପ୍ନ ଓ ଆଜିର ଭାରତ ବିଷୟ ଉପରେ ଏକ ବକୃତା ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଆଜିର ସଭାରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଉପଦ୍ଧେଷ୍ଟା ପ୍ରତାପ ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିବା ବେଳେ ଦିଲ୍ଲିପ କୁମାର ଜେନା ସମ୍ପାଦକୀୟ ବିବରଣୀ ପଠନ ଓ ଧନ୍ୟବାଦ ପ୍ରଦାନ କରିଥିଲେ । ସଗୀତ ନିର୍ଦ୍ଦେଶକ ମୁନା ମହାନ୍ତି, ବିରଜା ପ୍ରସାଦ ସର, ନିହାର ରଂଜନ ପତି ବିଚାରକ ଭାବେ ଯୋଗଦେଇଥିଲେ । ଏଥିରେ ଅନୁଷ୍ଠାନ ପକ୍ଷରୁ ସଭାପତି ଦେବେନ୍ଦ୍ର ଓଝା, କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ଜେନା, ଉପସଭାପତି ସୁଧିର କୁମାର ମିଶ୍ର, ସହ ସମ୍ପାଦକ ଦିଲ୍ଲିପ କୁମାର ଓଝା, କର୍ମକର୍ତା ପବିତ୍ର କୁମାର ଓଝା, ନଗେନ କୁମାର ସ୍ୱାଇଁ, ଅମୃତ କୁମାର ସ୍ୱାଇଁ, କାମଦେବ ଜେନା, ସୌମ ରଂଜନ ସ୍ୱାଇଁ, ସୁଧାକର ସ୍ୱାଇଁ, କୌଳାସ ସ୍ୱାଇଁ, ସୁଶୀଲ କୁମାର ସର ପ୍ରମୁଖ ସହଯୋଗ କରିଥିଲେ ।

Related Posts

About The Author

Add Comment