ଧର୍ମଶାଳା, ୧୪/୪ (ସନ୍ଧାନ ନିୟୁଜ/ମାନସ ରାଉତ) ହଲିଉଡ ପିଲ୍ମି ଷ୍ଟାଇଲେ ଲୁଟିନେଲେ ସମ୍ପୁର୍ଣ୍ଣ ଏଟିଏମ ମେସିନ ଏବଂ ଟଙ୍କା । ଏଭଳି ଲୁଟ ଡକାୟତିର ଗତକାଲି ରାତିରେ କରିଛନ୍ତି ଡକାୟତ ମାନେ । ପୋଲିସର ପ୍ରେଟୋଲିଙ୍ଗ ହେଉନଥିବା ଜାଣି ଲୁଟିନେଲେ ପୁରା ଏଟିଏମ ମେସିନ ଏବଂ ସେଥିରେ ଥିବା ଟଙ୍କା । ଗତକାଲି ବିଳମ୍ବିତ ରାତିରେ ଚଣ୍ଡଖୋଲ ନିକଟସ୍ଥ ନେଉଳପୁର ସ୍ଥିତ ଏଟିଏମ ବ୍ୟାଙ୍କ ନକଟରେ ଥିବା ଏଟିଏମ ମେସିନ କୁ ଦୁର୍ବତ୍ତମାନେ ଚୋରି କରିନେଇଛନ୍ତି । ଏଥିରେ ଏକ ଚାରିଚାକିଆ ବୋଲେରା କିମ୍ଭା ପିକଅଫ ଗାଡିର ବ୍ୟବାହାର କରିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି । ଗାଡି ଏବଂ ଦଉଡି ସାହାର୍ଯ୍ୟରେ ପୁରା ଏଟିଏମକୁ ଉପାଡିନେଇ ପଳାଇଛନ୍ତି ଦୁବର୍ତ୍ତ । ତେବେ ଘଟଣା ସମ୍ପର୍କରେ ଏଚଡିଏଫସିର ବ୍ୟଙ୍କ ପରିଚାଳକ ମଳୟ ଦାଶ କୁହନ୍ତି ଗତକାଲି ଏଟିଏମ ଚୋରି ହୋଇଥିବା ତାଙ୍କୁ ସିକୁରିଟ୍ ଗାର୍ଡ ଖବର ଦେଇଥିଲା । ପରେ ସେ ଘଟାସ୍ଥଳକୁ ଆସି ଦେଖିବା ପରେ ଉପରିସ୍ଥ ଅଧିକାରୀ ଏବଂ ଧର୍ମଶାଳା ପୋଲିସକୁ ଖବର ଦେଇଥିଲେ । ତେବେ ଖବର ପାଇଁ ଧର୍ମଶାଳା ପୋଲିସ ପ୍ରାଥମିକ ଅନୁସନ୍ଧାନ କରି ଅଧିକ ତଦନ୍ତ ଜାରି ରଖିଛି । ଏଟିଏମରେ ୧୨୫୦୦ଟଙ୍କା ଥିବାର ବ୍ୟାଙ୍କ ପରିଚାଳକ ଶ୍ରୀ ଦାଶ ସୂଚନା ଦେଇଛନ୍ତି । ତେବେ ସେଠାରେ ବ୍ୟାଙ୍କ କର୍ତ୍ତପକ୍ଷ କୌଣସି ସିସିଟିଭି କ୍ୟାମେରା ଲାଗାଇନଥିବାରୁ ଚୋର ମାନଙ୍କ ଚୋରି କରିବା ପାଇଁ ସୁବିଧାଦାୟକ ହୋଇଥିବା କୁହାଯାଉଛି ।
https://www.youtube.com/watch?v=671HjBIE9_w



